ଖେଳ

ରାମ ବାବୁଙ୍କ ପ୍ୟାରିସ୍ ଯୋଗ୍ୟତା ମାର୍କ ଅତିକ୍ରମ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତର ରାମ ବାବୁ ଶନିବାର ୨୦ କିମି ରେସ୍‌ର ପ୍ୟାରିସ୍ ଅଲିମ୍ପିକ୍ ଷ୍ଟାଣ୍ଡାର୍ଡ ହାସଲ କରିଛନ୍ତି । ସ୍ଲୋଭାକିଆର ଡୁଦିନ୍‌ସ୍କା ୫୦ ମିଟ୍‌ରେ ସେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୧:୨୦:୦୦ ସହ ଏହି ଉପଲବ୍ଧି ହାସଲ କରିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ ଯୋଗ୍ୟତା ପାଇଁ କଟ୍‌ଅଫ୍ ମାର୍କ ୧:୦:୦୦ ରହିଛି । ହାଙ୍ଗ୍‌ଝୁ ଏସିଆନ୍ ଗେମ୍ସ ବ୍ରୋଞ୍ଜ୍ ବିଜେତା ବାବୁ ରେସ୍ ୱାକିଂ ଟୁର୍ ଗୋଲ୍ଡ-ଲେଭଲ୍ ଇଭେଣ୍ଟ୍‌ର ତୃତୀୟ ସ୍ଥାନରେ ରହିଛନ୍ତି । ଏହି ମିଟ୍‌ରେ କୌଣସି ଭାରତୀୟ ଆଥ୍‌ଲେଟ୍ ପୋଡିୟମ୍ ଫିନିଶ୍ କରିବା ଏହା ପ୍ରଥମ ଘଟଣା । ପେରୁର ସିଜର୍ ରଡ୍ରିଗୁଏଜ୍ ୧:୧୯:୪୧ ସମୟର ସହ ଇଭେଣ୍ଟ୍‌ର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଇକ୍ୱେଡର୍‌ର ବ୍ରିଆନ୍ ପିଣ୍ଟାଡ଼ୋ ୧:୧୯:୪୪ ସମୟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ପ୍ୟାରିସ୍ କ୍ୱାଲିଫିକେସନ୍ ଉପରୋକ୍ତ ମାର୍କ ଅତିକ୍ରମ କରିବାରେ ୨୪ ବର୍ଷୀୟ ବାବୁ ଦେଶର ସପ୍ତମ ପୁରୁଷ ୱାକର୍ । ଏହା ପୂର୍ବରୁ ଅକ୍ଷଦୀପ ସିଂହ, ସୂରଜ ପନ୍‌ୱାର୍‌, ସର୍ଭିନ୍ ସେବାଷ୍ଟିଆନ୍‌, ଅର୍ଶପ୍ରୀତ୍ ସିଂହ, ପ୍ରମଜିତ୍ ବିଷ୍ଟ୍ ଓ ବିକାଶ ସିଂହ ଏହି ଉପଲବ୍ଧି ହାସଲ କରିସାରିଛନ୍ତି । ତେବେ ଅଲିମ୍ପିକ୍ସର ଟ୍ରାକ୍ ଆଣ୍ଡ୍ ଫିଲ୍ଡ ବ୍ୟକ୍ତିଭଗତ ଇଭେଣ୍ଟ୍‌ରେ ଗୋଟିଏ ଦେଶ କେବଳ ତିନିଜଣ ଆଥ୍‌ଲେଟ୍‌ଙ୍କୁ ପଠାଇବାର ଥିବାରୁ ଏହି ସାତଜଣ ରେସ୍ ୱାକର୍‌ଙ୍କ ମଧ୍ୟରୁ କିଏ ପ୍ୟାରିସ୍ ଅଲିମ୍ପିକ୍ କଟ୍ ହାସଲ କରିବେ ତାହା ଭାରତୀୟ ଆଥ୍‌ଲେଟିକ୍ ମହାସଂଘ (ଏଏଫ୍‌ଆଇ) ଉପରେ ନିର୍ଭର କରୁଛି । ଏଥିପାଇଁ ଅନ୍ତିମ ଚୟନ ଜୁନ୍‌ରେ ହୋଇପାରେ ବୋଲି ମୁଖ୍ୟ କୋଚ୍ ରାଧାକ୍ରିଷ୍ଣନ୍ ନାୟର୍ କହିଛନ୍ତି । ଅନ୍ୟପକ୍ଷରେ ପ୍ରିୟଙ୍କା ଗୋସ୍ୱାମୀ ଦେଶର ଏକମାତ୍ର ମହିଳା ୱାକର୍ ଭାବେ ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଗତବର୍ଷ ଝାଡ଼ଖଣ୍ଡରେ ଆୟୋଜିତ ନାସ୍‌ନାଲ୍ ଓପନ୍ ରେସ୍ ୱାକିଂ ଚାମ୍ପିଅନ୍‌ଶିପ୍‌ରେ ସେ ଏହି ଉପଲବ୍ଧି ହାସଲ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button