ଖେଳ

ଟସ୍‌ ଜିଣି ନେଦର୍‌ଲାଣ୍ଡ୍‌ସ୍‌ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି ଅଷ୍ଟ୍ରେଲିଆ – Ibnodisha

[ad_1]

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀସ୍ଥିତ ‘ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌’ରେ ଆୟୋଜିତ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍‌ କୁମିନ୍‌ସ୍‌ ପ୍ରଥମେ ନେଦର୍‌ଲାଣ୍ଡ୍‌ସ୍‌ ବିପକ୍ଷରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ୧.୧ ଓଭର୍‌ ଖେଳି କୌଣସି ୱିକେଟ୍‌ ନ ହରାଇ ଅଷ୍ଟ୍ରେଲିଆ ୮ ରନ୍‌ ସଂଗ୍ରହ କରିଛି।ଅଷ୍ଟ୍ରେଲିଆ ତରଫରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଛନ୍ତି ମିସେଲ୍‌ ମାର୍ସ ଓ ଡେଭିଡ୍‌ ୱାର୍ଣ୍ଣର୍‌। ନେଦରଲାଣ୍ଡ୍‌ସ୍‌ ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ଆର୍ଯ୍ୟାନ ଦତ୍ତ ଓ କଲିନ୍‌ ଏକର୍‌ମାନ୍‌।‘ଟସ୍‌’ ଜିଣିବା ପରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ସ୍‌ କହିଛନ୍ତି, ଆମେ ବ୍ୟାଟିଙ୍ଗ୍‌ କରିବୁ। ୱିକେଟ୍‌ ଖୁବ୍‌ ଭଲି ଦିଶୁଛି। ଖରା ମଧ୍ୟ ହୋଇଛି। ଗତ ଦୁଇଟି ଖେଳ ଭଲ ଖେଳିଥିବାରୁ ବେଶ୍‌ ଖୁସି ଅଛୁ। ନେଦର୍‌ଲାଣ୍ଡ୍‌ସ୍‌ ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡସ୍‌ କହିଛନ୍ତି, ଦଳର ଭଲ ସ୍ଥିତିରେ ଅଛି। ଆମେ ଭଲ କ୍ରିକେଟ୍‌ ଖେଳିଛୁ କିନ୍ତୁ, ବେଶୀ କ୍ଷଣ ଧରି ନୁହେଁ। ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବୁ। ନେଦର୍‌ଲାଣ୍ଡ୍‌ସ୍‌ ଏକାଦଶରେ ଖେଳୁଛନ୍ତି, ବିକ୍ରମଜିତ ସିଂହ, ମ୍ୟାକ୍ସ୍‌ ଓଡାଓଡ୍‌, କଲିନ୍‌ ଏକର୍‌ମାନ୍‌, ବାସ୍‌ ଡି ଲିଡି, ତେଜା ନିଡାମାନୁରୁ, ସ୍କଟ୍‌ ଏଡ୍‌ୱାର୍ଡସ୍‌ (ଅଧିନାୟକ/ୱିକେଟ୍‌ରକ୍ଷକ), ସାଇବ୍ରାଣ୍ଡ୍‌ ଏଙ୍ଗେଲ୍‌ବ୍ରିଚ୍‌, ‌ଲଗାନ୍‌ ଭାନ୍‌ ବିକ୍‌, ରୋଲଫ୍‌ ଭାନ୍‌ ଡର୍‌ ମର୍‌ୱେ, ଆର୍ଯ୍ୟାନ ଦତ୍ତ ଓ ପଲ୍‌ ଭାନ୍‌ ମିକିରେନ୍‌। ସେହିପରି, ଅଷ୍ଟ୍ରେଲିଆ ଏକାଦଶରେ ଖେଳୁଛନ୍ତି, ଡେଭିଡ୍‌ ୱାର୍ଣ୍ଣର୍‌, ମିସେଲ୍‌ ମାର୍ସ, ଷ୍ଟିଭେନ୍‌ ସ୍ମିଥ୍‌, ମାର୍ଣ୍ଣସ୍‌ ଲାବୁସେନ୍‌, ଜସ୍‌ ଇଙ୍ଗ୍‌ଲିସ୍‌ (ୱିକେଟ୍‌ରକ୍ଷକ), ଗ୍ଲିନ୍‌ ମ୍ୟାକ୍ସୱେଲ୍‌, କ୍ୟାମେରନ୍‌ ଗ୍ରିନ୍‌, ପ୍ୟାଟ୍‌ କ୍ୟୁମିନ୍‌ସ୍‌ (ଅଧିନାୟକ), ମିସେଲ୍‌ ଷ୍ଟାର୍କ, ଜସ୍‌ ହେଜେଲ୍‌ଉଡ୍‌ ଓ ଆଦାମ୍‌ ଜାମ୍ପା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button