ଏହି କାରଣ ପାଇଁ ପଡିଗଲେ ବଡ଼ ଠାକୁର : କହିଲେ ଜଗନ୍ନାଥଙ୍କ ବାଡଗ୍ରାହୀ..
ଗତକାଲି ପୁରୀରେ ଘଟି ଯାଇଛି ବଡ଼ ଅଘଟଣ। ଆଡପ ପହଣ୍ଡିବେଳେ ଚାରମାଳ ଉପରେ ମୁହଁ ମାଡି ଖସି ପଡିଛନ୍ତି ବଡ଼ ଠାକୁର ବଳଭଦ୍ର। ଯାହାକୁ ନେଇ ଭକ୍ତମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ଆଡୁ ମତ ପ୍ରକାଶ ପାଉଛି । ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଏମିତି କି ଭୁଲ ହୋଇଗଲା ଯେ ଏମିତି ଅଘଟଣ ଘଟିଲା । କଣ ଆଗକୁ ମାଡି ଆସୁଛି ମହା ବିପତ୍ତି । ଏପରି କଳ୍ପନା ଜଳ୍ପନା ଭିତରେ ଏହାକୁ ନେଇ ସାଂଘାତିକ କଥା କହିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର।
ଜଗନ୍ନାଥ ମହାପାତ୍ର କହିଛନ୍ତି, ରଥ ଉପରକୁ ଯଦି ମୋବାଇଲ ବନ୍ଦ ହୋଇ ଆଇକାର୍ଡ ଲାଗୁ ହେବ ସେବାୟତ କଣ୍ଟ୍ରୋଲକୁ ଆସିବେ । ରଥରେ ମୋବାଇଲ ଧରି ଯାହା କରୁଛନ୍ତି ଦେଖିହେବନି । ପ୍ରଭୁ ପଡ଼ିନାହାନ୍ତି, ସେବାୟତଙ୍କ ଉପରେ ପଡ଼ିଗଲେ। ଆଜିକାଲିର ଯୁବପିଢି ବଡ଼ସାନ ବୋଲି ମାନୁନାହାନ୍ତି ବେପରୁଆ ହେଉଛନ୍ତି। ଅଣ ସେବାୟତମାନେ ଆସି ରଥ ଉପରେ ଭିଡ ଜମାଉଛନ୍ତି। ୫୦ଜଣ ଯାଗାରେ ୫୦୦ଜଣ ରହୁଛନ୍ତି। ଗୋଟିଏ ଗୋଟିଏ ମୋବାଇଲ ଧରି ଫଟୋ ଉଠାଇବାରେ ଲାଗି ପଡୁଛନ୍ତି। ମହାପ୍ରଭୁ ଫଟୋ ଉଠାଇ ରିଲ୍ସ କରି ବାହାର ଲୋକଙ୍କୁ ଦେଖାଉଛନ୍ତି। ଯାହା ଅଶୋଭନୀୟ। ତେବେ ପୂର୍ବରୁ ମାଳିକା ରେ ଲେଖାଥିବା କଥା ଗୋଟି ଗୋଟି ସତ ହେଉଥିବା କହୁଛନ୍ତି ସମସ୍ତେ ।ପୂର୍ବରୁ ଲେଖା ହୋଇଥିଲା ଯେ ରଥଯାତ୍ରାରେ ଜଗନ୍ନାଥ , ବଳଭଦ୍ର , ସୁଭଦ୍ରାଙ୍କ ମଧ୍ୟରୁ କେହି ଜଣେ ପଡିଯିବେ । ଏହାର ପୂର୍ବ ପ୍ରତିକାର ମଧ୍ୟ କୁହାଯାଇଥିଲା , ପ୍ରଭୁଙ୍କ ଚାରିପଟେ ବଳୁଆ ସେବାୟତଙ୍କୁ ରଖିବାକୁ କହିବା ସହ , ଯଦି ଏଭଳି କିଛି ଅଘଟଣ ଘଟେ ରାଜ୍ୟରେ ଦୁର୍ଭିକ୍ଷ ସହ ବଡ଼ ମହାମାରୀ ଆସିବା ସମ୍ଭାବନା ଥିବା କୁହାଯାଇଥିଲା । ଯାହା ଏବେ ଗୋଟି ଗୋଟି କରି ସତ ହେଉଛି ।