ଅପରାଧ

ନବଜାତ ନାତୁଣୀର ତଣ୍ଟି ଚିପି ହତ୍ୟାକଲା ନୃଶଂସ ଜେଜେମା – Ibnodisha

[ad_1]

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗୋୱାଲିୟରର ଘଟିଛି ବିବତ୍ସ କାଣ୍ଡ । ପିଶାଚୀ ସାଜିଲା ଜେଜେମା ନିଜର ନବଜାତ ନାତୁଣୀର ତଣ୍ଟି ଚିପି ହତ୍ୟାକଲା। ହତ୍ୟାକାରୀ ଜେଜେମା ନାତି ନ ହେବାରୁ ରାଗରେ ନିଜ ମାତ୍ର ୪ ଦିନର ଦିବ୍ୟାଙ୍ଗ ନାତୁଣୀକୁ ହତ୍ୟା କରିଛି। ପୋଲିସ ଏହି ମାମଲାରେ ଜେଜେମାକୁ ଗିରଫ କରିଛି। ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଗୋୱାଲିୟରର ଜଣେ ମହିଳା ଗର୍ଭବତୀ ଥିଲେ। ହଠାତ ତାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଶିଶୁଟି ଦିବ୍ୟାଙ୍ଗ ହୋଇଥିଲା। ଏହାଦେଖି ମହିଳାଙ୍କ ଶାଶୁ କ୍ରୋଧିତ ହୋଇଥିଲେ। ବୃଦ୍ଧା ଜଣଙ୍କ ଅତ୍ୟଧିକ ରାଗିଯାଇ ମାତ୍ର ୪ ଦିନର ଦିବ୍ୟାଙ୍ଗ ନାତୁଣୀର ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ମହିଳା ଜଣଙ୍କ ଏ ବାବଦରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ବୃଦ୍ଧଙ୍କୁ ଗିରଫ କରିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button