ଦେଶ

ଜ୍ଞାନବ୍ୟାପୀ ମସଜିଦ୍ ପରିସରରୁ ମିଳିଛି ୫୫ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି: ଏଏସ୍‌ଆଇ ରିପୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ୍ ପରିସରର କରାଯାଇଥିବା ଏଏସ୍‌ଆଇ (ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ) ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ମସ୍‌୍‌ଜିଦ୍ ପରିସରରେ ମୋଟ୍ ୫୫ଟି ପଥର ମୂର୍ତ୍ତି (ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି) ରହିଥିବା ଦର୍ଶାଯାଇଛି । ଏଥିମଧ୍ୟରୁ ୧୫ଟି ଶିବଲିଙ୍ଗ, ୩ଟି ବିଷ୍ଣୁ ମୂର୍ତ୍ତି, ୨ଟି କୃଷ୍ଣ ମୂର୍ତ୍ତି, ୫ଟି ହନୁମାନ ମୂର୍ତ୍ତି ରହିଥିବା ବେଳେ ୩ଟି ଗଣେଶ ଓ ୨ଟି ନନ୍ଦୀ ମୂର୍ତ୍ତି ରହିଥିବା ଏଏସ୍‌ଆଇ ନିଜ ରିପୋର୍ଟରେ ଦର୍ଶାଇଛି । ଏଏସ୍‌ଆଇ ନିଜ ରିପୋର୍ଟରେ ସ୍ପଷ୍ଟ କରିଛି, ୧୭ତମ ଶତାବ୍ଦୀରେ ଔରଙ୍ଗଜେବ ଶାସନ କାଳରେ ଏହି ମନ୍ଦିରକୁ ନଷ୍ଟ କରାଯାଇ ଏହାର ସଂରଚନାରେ ପରିବର୍ତ୍ତନ କରାଯାଇଥିବା ପ୍ରମାଣ ମିଳିଛି ।

ଏଏସ୍‌ଆଇ ଦର୍ଶାଇଛି ଯେ, ଏସମ୍ପର୍କୀତ ରିପୋର୍ଟକୁ ୪ଟି ଭଲ୍ୟୁମ୍‌ରେ ଉପସ୍ଥାପିତ କରାଯାଇଛି । ପ୍ରକାଶ ଏଏସ୍‌ଆଇର ଏହି ରିପୋର୍ଟ ସବୁର ନକଲ କୋର୍ଟ ଦ୍ୱାରା ସର୍ବପ୍ରଥମେ ହିନ୍ଦୁ ଏବଂ ମୁସଲିମ୍ ପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ପରେ ଏହାକୁ ସାର୍ବଜନୀନ କରାଯାଇଥିଲା । ସୂଚନାଯୋଗ୍ୟ ଏଏସଆଇର ସର୍ଭେ ତଥା ଖନନ ସମୟରେ ଜ୍ଞାନବ୍ୟାପୀ ମସଜିଦ୍ ପରିସରରୁ ୫୫ଟି ପଥର ମୂର୍ତ୍ତି ସହ ୨୧ଟି ଘରୋଇ ସାମଗ୍ରୀ, ୫ଟି ଲେଖା ସ୍ଲାବ୍‌, ଏକ ବୃହତ୍ ବାଲୁକା ପଥରରେ ର୍ନିମିତ କୃଷ୍ଣମୂର୍ତ୍ତି ଏବଂ ୧୭୬ଟି ସ୍ଥାପତ୍ୟ ସଦସ୍ୟ ସମେତ ମୋଟ୍ ୨୫୯ଟି ପଥର ବସ୍ତୁ ଉଦ୍ଧାର କରାଯାଇଥିଲା । ଏହି ସମୟରେ ସମୁଦାୟ ୨୭ ଟେରାକୋଟା ମୂର୍ତ୍ତି (୨ଟି ଦେବାଦେବୀଙ୍କ ମୂର୍ତ୍ତି, ୧୮ ମାନବ ମୂର୍ତ୍ତି ଏବଂ ୩ଟି ପଶୁପକ୍ଷୀ ମୂତ୍ତି), ୬୧ଟି ବ୍ରିଟିଶ ଶାସନ ସମୟର ମୁଦ୍ରା (୪୦ଟି ଇଷ୍ଟ ଇଣ୍ଡିଆ କମ୍ପାନୀର, ୨୧ଟି ରାଣୀ ଭିକ୍ଟୋରିଆଙ୍କ ଛବି ଥିବା ମୂର୍ତ୍ତି) ମଧ୍ୟ ଉଦ୍ଧାର କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button