ଆଦିବାସୀ ଜମି ବିକ୍ରୀ ପ୍ରସ୍ତାବ ପ୍ରତ୍ୟାହାର – Ibnodisha
[ad_1]
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୭୧ତମ କ୍ୟାବିନେଟ୍ ବୈଠକରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପସ୍ଥାପିତ ହୋଇଛି ଏବଂ ସେସବୁ ଅନୁମୋଦନ ହୋଇଛି । ସେଥିମଧ୍ୟରୁ ଆଦିବାସୀ ଜମି ବିକ୍ରି ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର । ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟ ନିଷ୍ପତ୍ତି । ଗତ ନଭେମ୍ବର ୧୪ରେ ଏନେଇ କ୍ୟାବିନେଟରେ ଆସିଥିଲା ପ୍ରସ୍ତାବ । ଆଦିବାସୀ ଅସ୍ଥାବର ସଂପତ୍ତି ହସ୍ତାନ୍ତର ଆଇନ ସଂଶୋଧନ ପ୍ରସ୍ତାବ ଆସିଥିଲା । କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବାଦ ବିବାଦ ପରେ ସ୍ଥଗିତ ରଖାଯାଇଥିଲା । ଆଜି ଏହି ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଲା କ୍ୟାବିନେଟ । ଗତ ନଭେମ୍ବରରେ ଏ ନେଇ କ୍ୟାବିନେଟରେ ପ୍ରସ୍ତାବ ଆସିଥିଲା । ଆଦିବାସୀ ଅସ୍ଥାବର ସମ୍ପତ୍ତି ହସ୍ତାନ୍ତର ଆଇନ ସଂଶୋଧନ ପ୍ରସ୍ତାବ ଆସିଥିଲା ।
ରାଜ୍ୟ କ୍ୟାବିନେଟର ଏହି ନିଷ୍ପତ୍ତିକୁ ନେଇ ବାଦ ବିବାଦ ପରେ ସ୍ଥଗିତ ରଖାଯାଇଥିଲା । ଆଜି ଏହି ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଓଡିଶା ଅନୁସୂଚିତ ଅଞ୍ଚଳରେ ଅସ୍ଥାବର ସମ୍ପଭିର ହସ୍ତାନ୍ତର (ଅନୁସୂଚିତ ଜନଜାତିଙ୍କ ଦ୍ୱାରା) ଆଇନ,୧୯୫୬ର ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ ତା ୧୪ /୧୧/୨୦୨୩ ରିଖ ବୈଠକରେ ପ୍ରସ୍ତାବ ଅନୁମୋଦନ କରିଥିଲେ । ଆଜିର କ୍ୟାବିନେଟ ବୈଠକରେ ପୂର୍ବରୁ ତା ୧୪ ।୧୧/୨୦୨୩ ରିଖରେ ପାରିତ ହୋଇଥିବା ଓଡିଶା ଅନୁସୂଚିତ ଅଞ୍ଚଳରେ ଅସ୍ଥାବର ସମ୍ପଭିର ହସ୍ତାନ୍ତର (ଅନୁସୂଚିତ ଜନଜାତିଙ୍କ ଦ୍ୱାରା) ଆଇନ,୧୯୫୬ର ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ନିଷ୍ପଭି ନିଆଯାଇଛି । ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ମାନ୍ୟବର ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମାନ୍ୟବର ମନ୍ତ୍ରୀ ଶ୍ରୀଜଗନ୍ନାଥ ସାରକା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଅନୁସୂଚିତ ଜନଜାତି ଓ ଏସସି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
[ad_2]