ରାଜ୍ୟ

ଆଉ ୧୨୦୦ ଆମ୍ବୁଲାନ୍ସ ଯୋଗାଇବେ ସରକାର – Ibnodisha

[ad_1]

ଭୁବନେଶ୍ୱର: ଆଉ ଦୁର୍ଘଟଣା ଯୋଗୁଁ ରାସ୍ତା ଉପରେ ଚାଲିଯିବ ନାହିଁ ଜୀବନ । ଫୋନ୍ ଆସିବାର ୧୦ ମିନିଟ୍ ମଧ୍ୟରେ ଆହତ, ରୋଗୀଙ୍କ ନିକଟରେ ପହଞ୍ଚିବ ସରକାରୀ ଆମ୍ବୁଲାନ୍ସ । ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୨୦୨୭ ସୁଦ୍ଧା ୧୨୦୦ ନୂଆ ଆମ୍ବୁଲାନ୍ସ ଆଣିବ । ପ୍ରତି ବର୍ଷ ୩୦୦ ଲେଖାଏଁ ଆମ୍ବୁଲାନ୍ସ ରୋଗୀ ସେବାରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଗୁରୁତ୍ୱପୂର୍ଣ୍ଣ ହେଉଛି ଏସବୁ ଆମ୍ବୁଲାନ୍ସରେ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଉପଲବ୍ଧ ହେବ । ଯଦ୍ଦ୍ୱାରା ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆହତ, ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇପାରିବ । ପ୍ରତି ୫୦୦୦୦ ଲୋକଙ୍କ ପାଇଁ ଅନ୍ତତଃ ଗୋଟିଏ ଆମ୍ବୁଲାନ୍ସ ରହିବ । ଏଥିଲାଗି ରାଜ୍ୟ ସରକାର ୧୯୦୬ କୋଟି ଟଙ୍କାର ଏକ ବ୍ୟୟ ଅଟକଳ କରିଛନ୍ତି । ସୂଚନା ଅନୁସାରେ, ରାଜ୍ୟରେ ଏବେ ସରକାରଙ୍କ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ଜରିଆରେ ରୋଗୀ, ଆହତଙ୍କ ପରିବହନ କରାଯାଉଛି । ତେବେ ଅଧିକାଂଶ ସ୍ଥାନରେ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ପ୍ରାୟ ୨୫ ମିନିଟ୍‌? ସମୟ ଲାଗି ଯାଉଛି ।

ଏହାକୁ ବିଚାର କରି ନିକଟରେ ବିଭାଗ ପକ୍ଷରୁ ୩୪୯ଟି ଆମ୍ବୁଲାନ୍ସକୁ ୧୦୮ ବ୍ୟବସ୍ଥାରେ ନିୟୋଜିତ କରାଯାଇଛି । ତଥାପି ଆମ୍ବୁଲାନ୍ସର ଅଭାବ ପରିଲକ୍ଷିତ ହେଉଛି । ତେଣୁ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ସେବାରେ ୧୨୦୦ ଆମ୍ବୁଲାନ୍ସ ନିୟୋଜନ କରିବା ଲାଗି ନିଷ୍ପତ୍ତି ହୋଇଛି । ଏଥିପାଇଁ ଆଗାମୀ କିଛି ବର୍ଷ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌? ଜରିଆରେ ୧୫୦୦ କୋଟି ଟଙ୍କା ବ୍ୟୟରେ ନୂଆ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ । ନୂଆ ଆମ୍ବୁଲାନ୍ସ ନିମନ୍ତେ ଆଗାମୀ ଆର୍ôଥକ ବର୍ଷରେ ୫୧୭ କୋଟି, ୨୦୨୫-୨୬ରେ ୪୬୫ କୋଟି, ୨୦୨୬-୨୭ରେ ୪୦୦ କୋଟି ଏବଂ ୨୦୨୭-୨୮ରେ ୫୨୪ କୋଟି ଟଙ୍କା ବ୍ୟୟ କରାଯିବ । ନୂଆ ଆମ୍ବୁଲାନ୍ସରେ ଉଭୟ ସାଧାରଣ ଜୀବନ ରକ୍ଷାକାରୀ ଏବଂ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଉପଲବ୍ଧ ହେବ । ଆମ୍ବୁଲାନ୍ସ ଗୁଡିକର ସୁପରିଚାଳନା ପାଇଁ ସେଥିରେ ଜିପିଏସ୍ ଲାଗିବ । ଫଳରେ ଆମ୍ବୁଲାନ୍ସର ଗତିବିଧି ଉପରେ ନିୟନ୍ତ୍ରଣ କକ୍ଷରୁ ନଜର ରଖାଯିବ ଏବଂ ଆବଶ୍ୟକସ୍ଥଳେ ଡ୍ରାଇଭ?ର୍ଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ୧୩୬୬ଟି ୧୦୮ ଆମ୍ବୁଲାନ୍ସ ଚାଲୁଥିବା ବେଳେ ୬ଟି ନୌକା ଆମ୍ବୁଲାନ୍ସ ଏବଂ ୬ ହଜାରରୁ ଅଧିକ ଘରୋଇ ଆମ୍ବୁଲାନ୍ସ ଅଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାର୍ଗଦର୍ଶିକା ଅନୁସାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଅନ୍ତତଃ ଗୋଟିଏ ଆମ୍ବୁଲାନ୍ସ ଆବଶ୍ୟକ ଥିବା ବେଳେ ପାହାଡିଆ ଅଞ୍ଚଳ ତଥା କମ୍ ଜନସଂଖ୍ୟା ଅଞ୍ଚଳରେ ପ୍ରତି ୭୦ ହଜାର ଜନସଂଖ୍ୟାରେ ଗୋଟିଏ ଆମ୍ବୁଲାନ୍ସ ଜରୁରୀ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ସମୟ ଅନୁସାରେ ରାଜ୍ୟରେ ସରକାରୀ ଆମ୍ବୁଲାନ୍ସର ଆବଶ୍ୟକତା ବୃଦ୍ଧି ପାଇଛି । ସରକାରୀ ଡାକ୍ତରଖାନାର ଭିତ୍ତିଭୂମିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଥିବା ବେଳେ ରୋଗୀଙ୍କ ନିର୍ଭରଶୀଳତା ବଢ଼ୁଛି । ଜିଲ୍ଲା ମଧ୍ୟରେ ହେଉ ଅବା ଜିଲ୍ଲା ବାହାରକୁ, ପ୍ରତିଦିନ ବହୁ ସଂଖ୍ୟାରେ ରୋଗୀଙ୍କ ପରିବହନ କରାଯାଉଛି । ସେହିପରି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ଦିଗରେ ଆମ୍ବୁଲାନ୍ସର ଉପଲବ୍ଧତା ଏକାନ୍ତ ଆବଶ୍ୟକ । ଆହତଙ୍କ ପାଇଁ ସରକାରୀ ଖର୍ଚ୍ଚରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇ ମାଗଣାରେ ଆହତଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଦୁର୍ଘଟଣା ଜନିଜ ମୃତ୍ୟୁକୁ ହ୍ରାସ କରିବାରେ ମଧ୍ୟ ଅଧିକ ଆମ୍ବୁଲାନ୍ସ ଜରୁରୀ । ନୂଆ ଆମ୍ବୁଲାନ୍ସ ଆସିଲେ ପୁରୁଣା ଓ ବ୍ୟବହାର ଅଯୋଗ୍ୟ ଆମ୍ବୁଲାନ୍ସ ହଟାଯିବ ବୋଲି ସେ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button