ରାଜ୍ୟ
ଖରସ୍ରୋତା ନଦୀକୁ ଗାଧେଇବାକୁ ଯାଇ ଯୁବକ ନିଖୋଜ

ଯାଜପୁର ଟାଉନ: ଯାଜପୁର ସଦରଥାନା ଅନ୍ତର୍ଗତ ଖରସ୍ରୋତା ନଦୀର ଧଳେଇ ଛନ୍ଦାକୁ ଗାଧେଇବାକୁ ଯାଇ ଯୁବକ ନିଖୋଜ । ନିଖୋଜ ଯୁବକ ହେଲେ ଛତିଶଦେବିଲ ଗ୍ରାମର ବିଶ୍ୱନାଥ ମହାରଣା । ଆଜି ଭୋର ୩ଟାରୁ ଗାଧେଇବାକୁ ଯାଇ ନିଖୋଜ ଅଛନ୍ତି ବିଶ୍ଵନାଥ । ଖୋଜାଖୋଜି ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ବାହିନୀ ନିୟୋଜିତ ।