ରାଜ୍ୟ

ପୁନେ ଦଗ୍‌ଦୁସେଠ ହାଲଓ୍ୱାଇ ଗଣପତିଙ୍କ ପୂଜାରେ ଅପୂର୍ବ ଦୃଶ୍ୟ, ଅଗ୍ରପୂଜ୍ୟଙ୍କୁ ଏକାଠି ଆଳତି କଲେ ୪୨ ହଜାର ମହିଳା

ଣେଶ ପୂଜାରେ ଅପୂର୍ବ ଦୃଶ୍ୟ । ଅଗ୍ରପୂଜ୍ୟଙ୍କ ଆବାହନରେ ଏକାଠି ହେଲେ ୪୨ ହଜାର ମହିଳା । ଏପରି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି ପୁନେରେ । ଦଗ୍‌ଦୁସେଠ୍‌ ହାଲୱାଇ ଗଣେଶ ମନ୍ଦିରରେ ଆଳତି ବେଳେ ଏକାଠି ହୋଇଥିଲେ ୪୨ ହଜାର ମହିଳା । ଏହାସହ ସମସ୍ତେ ଏକାଠି ଗଣେଶଙ୍କ ‘ଅଥର୍ବଶୀର୍ଷ’ ଶ୍ଲୋକ ଗାଇଥିଲେ ।

ପୂରା ଦେଶରେ ଭଗବାନ ଗଣେଶଙ୍କର ସବୁଠାରୁ ଲୋକପ୍ରିୟ ମୂର୍ତ୍ତି ମଧ୍ୟରେ ଅନ୍ୟତମ ଦଗ୍‌ଦୁସେଠ୍‌ ଗଣପତି ।

ଦଗ୍‌ଦୁସେଠ୍‌ ହାଲଓ୍ୱାଲ ଗଣପତିଙ୍କ ମନ୍ଦିର ବହୁତ ପ୍ରସିଦ୍ଧ । ଦୂର ଦୂରାନ୍ତରୁ ଭକ୍ତମାନେ ଏଠାକୁ ଦର୍ଶନ କରିବାକୁ ଆସନ୍ତି । ପୁନେର ଶ୍ରୀମନ୍ତ ଦଗ୍‌ଦୁସେଠ୍‌ ହାଲଓ୍ୱାଇ ଗଣପତି ମନ୍ଦିରରେ ଗଣେଶଙ୍କର ଏହି ମୂର୍ତ୍ତି ସ୍ଥାପିତ ।

ଭକ୍ତ, ଶ୍ରଦ୍ଧାଳୁମାନେ ଗଣପତିଙ୍କ ସାଜସଜ୍ଜା ଦେଖିବା ପାଇଁ ବେଶ୍‌ ଉତ୍ସାହୀ ଥାଆନ୍ତି । ଚଳିତ ବର୍ଷ ଭଗବାନ ଗଣେଶଙ୍କୁ ମଧ୍ୟ ଅତି ସୁନ୍ଦର ଭାବରେ ସଜାଯାଇଛି । ଦଗ୍‌ଦୁସେଠ୍‌ ମନ୍ଦିରରେ ଅଭିଷେକ ପୂଜା ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

କହି ରଖୁଛୁ, ଦଗ୍‌ଦୁସେଠ୍‌ ହାଲଓ୍ୱାଇ ଓ ତାଙ୍କ ପତ୍ନୀ ପ୍ଲେଗ ମହାମାରୀରେ ନିଜ ପୁଅକୁ ହରାଇବା ପରେ ଏହି ମନ୍ଦିର ନିର୍ମାଣ କରାଇଥିଲେ । ମହାରାଷ୍ଟ୍ରରେ ବଡ଼ ଜାକଜମକରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ କରାଯାଏ । ଭଗବାନ ଗଣେଶଙ୍କୁ ସମର୍ପିତ ଏହି ଉତ୍ସବ ଏଠାରେ ସେପ୍ଟେମ୍ବର ୭ରୁ ୧୫ ପର୍ଯ୍ୟନ୍ତ ଧୁମ୍‌ଧାମରେ ପାଳନ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button