ମା’ ହେଲେ ଦୀପିକା ପାଦୁକୋନ, ଘରକୁ ଆସିଲେ ଲକ୍ଷ୍ମୀ
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର ସିଂ ମା’, ବାପା ହୋଇଛନ୍ତି । ଗଣେଶ ଚତୁର୍ଥୀର ଠିକ୍ ଦିନକ ପରେ ଆଜି କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଦୀପିକା । ନହ୍ନୀ ପରୀର ଆଗମନରେ ରଣବୀର ଓ ଦୀପିକାଙ୍କ ଘର ହସଖୁସିରେ ଫାଟି ପଡ଼ୁଛି ।
ଗଣେଶ ଉତ୍ସବ ଭିତରେ କନ୍ୟା ସନ୍ତାନ ଜନ୍ମ ଦୀପିକା ଓ ରଣବୀରଙ୍କ ପାଇଁ କୌଣସି ଆଶୀର୍ବାଦଠାରୁ କମ୍ ନୁହେଁ ।
ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଦୀପିକା ମୁମ୍ବାଇର ପ୍ରତିଷ୍ଠିତ ସିଦ୍ଧବିନାୟକ ମନ୍ଦିର ପରିଦର୍ଶନ କରି ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇଥିଲେ ।
କିଛି ମାସ ପୂର୍ବରୁ ଦୀପିକା ଓ ରଣବୀର ଦୁହେଁ ଏକ ଜଏଣ୍ଟ ଷ୍ଟେଟମେଣ୍ଟ ଜାରି କରିଥିଲେ । ଏଥିରେ ସେମାନେ ମା’, ବାପା ହେବାକୁ ଯାଉଛନ୍ତି ଏବଂ ଶିଶୁ ସେପ୍ଟେମ୍ବରରେ ଘରକୁ ଆସିବ ବୋଲି କହିଥିଲେ । ଦୁହେଁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେମାନଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ ।
କହି ରଖୁଛୁ, ଦୀପିକା ପାଦୁକୋନଙ୍କୁ ନିକଟରେ ପ୍ରଭାସଙ୍କ ଅଭିନୀତ ‘କଲ୍କି ୨୮୯୮ ଏଡି’ରେ ଦେଖିବାକୁ ମିଳିଥିଲା, ଯାହା ୨୦୨୪ର ସବୁଠୁ ବଡ଼ ବ୍ଲକବଷ୍ଟର ହୋଇଥିଲା । ଏହାପରେ ସେ ରୋହିତ ଶେଟ୍ଟିଙ୍କ ନିର୍ଦ୍ଦେଶିତ ‘ସିଙ୍ଘମ୍ ଏଗେନ୍’ରେ ନଜର ଆସିବେ । ଏଥିରେ ତାଙ୍କ ସ୍ୱାମୀ ରଣବୀର ମଧ୍ୟ ଅଭିନୟ କରିଛନ୍ତି । ଏହି ମଲ୍ଟି ଷ୍ଟାରର ଫିଲ୍ମ ଚଳିତ ବର୍ଷ ଦୀପାବଳି ଅବସରରେ ବଡ଼ ପରଦାରେ ଆସିବାକୁ ଯାଉଛି ।