ରାଜ୍ୟ

ଗଣେଶ ଭସାଣୀ ସମୟରେ ବୁଡ଼ିଗଲେ ଦୁଇ ଭାଇ

ବାଲେଶ୍ଵର : ଗଣେଶ ପୂଜା ଭସାଣୀ ସମୟରେ ଘଟିଲା ଅଘଟଣ । ଘଟଣା ଟି ଘଟିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କୁଳି ଗାଁ ରେ । ଏହି ଘଟଣାରେ ଦୁଇ ଭାଇ ବୁଡ଼ି ଯାଇଛନ୍ତି । ପୋଖରୀରେ ବୁଡ଼ି ଯାଇ ସାନ ଭାଇଙ୍କର ଜୀବନ ଚାଲି ଯାଇଛି । ବଡ଼ ଭାଇ ଗୁରୁତର ଅଛନ୍ତି । ପ୍ରୋସେସନ କରି ଗ୍ରାମର କିଛି ଯୁବକ ଗଣେଶ ମୂର୍ତ୍ତିକୁ ଗାଁରେ ଥିବା ପୋଖରୀ କୂଳକୁ ନେଇଥିଲେ ।

ବିସର୍ଜନ ଦେଖିବାକୁ ପ୍ରବଳ ଭିଡ ଜମିଥିଲା । ପ୍ରତ୍ୟୁଷ ମଧ୍ୟ ନିଜ ସାନ ଭାଇ ସତ୍ୟଜିତଙ୍କ ସହ ବିସର୍ଜନ ଦେଖିବାକୁ ଯାଇଥିଲେ ।

ଏହି ସମୟରେ ଅସାବଧାନତାବଶତଃ ଦୁଇ ଭାଇ ପାଣିରେ ବୁଡ଼ି ଯାଇଥିଲେ । ପାଖରେ ଥିବା ଲୋକ ଉଭୟଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ପ୍ରତ୍ୟୁଷଙ୍କୁ ମୃତ ଘୋଷଣା କରିଥିଲେ । ସତ୍ୟଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ।

Related Articles

Leave a Reply

Your email address will not be published. Required fields are marked *

Back to top button