ରାଜ୍ୟ

ପୁରୀ ସମୁଦ୍ରରେ ଭାସୁଥିବା କଣ୍ଟେନରକୁ ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ

ପୁରୀ: ଗତ ୩ଦିନ ତଳେ ପୁରୀ ପେଣ୍ଠକଟା ବେଳାଭୂମି କୂଳରେ ଲାଗିଥିଲା ଏକ ବଡ଼ କଣ୍ଟେନର । ସେଇ କଣ୍ଟେନରକୁ ଖୋଲିବା ପାଇଁ କୋଷ୍ଟଗାର୍ଡ ଓ କଷ୍ଟମ ଡିପାର୍ଟମେଣ୍ଟକୁ ଖବର ଦିଆଯାଇଥିଲା ଏବଂ ୭ ଜଣିଆ ଟିମ୍ ମଧ୍ୟ ଗଠନ କରାଯାଇଥିଲା । କିନ୍ତୁ ଆଜିକୁ ୪ ଦିନ ବିତିଗଲେ ମଧ୍ୟ ଏହି କଣ୍ଟେନରକୁ ଖୋଲାଯାଇନାହିଁ । ଗତକାଲି ସକାଳ ସମୟରେ କଣ୍ଟେନରର ଏକ ପାର୍ଶ୍ଵରେ ଫାଟ ସୃଷ୍ଟି ହୋଇଥିଲା ।

ଏପଟେ କଣ୍ଟେନର ଭିତରେ କଣ ରହିଛି, ଯାହା ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ତାହା ସମ୍ପୂର୍ଣ୍ଣ ଦୂର ହୋଇଛି ।

କଣ୍ଟେନର ଭିତରେ ଯାହା ରହିଥିଲା ସେ ସବୁ ଜିନିଷ ଦୃଶ୍ୟମାନ ହେବା ସହ ସମୁଦ୍ର ବେଳାଭୂମିରେ ଭାସିଯାଉଥିବା ଦେଖିବାକୁ ମିଳିଥିଲା । କ୍ୟାଣ୍ଡେଲ, ସହ ଖାଦ୍ୟ ସାମଗ୍ରୀ, ଇଞ୍ଜିନ, ଅଏଲ, ଗ୍ରୀସ୍, ପରଫ୍ୟୁମ ସହ ଅନେକ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ରହିଥିଲା । ତେବେ ସେଠାକାର ସ୍ଥାନୀୟ ବାସିନ୍ଦା ମାନେ ଏସବୁ ଜିନିଷକୁ ବୋହି ନେଇଯାଉଥିବା ଦେଖିବାକୁ ମିଳିଛି ।

ତେବେ କଣ୍ଟେନର ମଧ୍ୟରେ ଥିବା ପ୍ରାୟ ଅନେକ ସାମଗ୍ରୀକୁ ସ୍ଥାନୀୟ ଲୋକେ ବୋହି ନେଇଯାଇଥିବାବେଳେ ଆଉ କିଛି ଅଳ୍ପ ସାମଗ୍ରୀ କଣ୍ଟେନର ଭିତରେ ଥିବା ଜଣାପଡିଛି । ଅଧିକାଂଶ ସାମଗ୍ରୀ ଲୋକେ ନେଇଯାଇଥିବା ଜଣାପଡିଛି । ଏପଟେ କଣ୍ଟେନରକୁ ଉପଯୁକ୍ତ ସୁରକ୍ଷା ଦିଆଯାଇନଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ଏପଟେ ଏହି କଣ୍ଟେନର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । କଲିକତାରୁ କଣ୍ଟେନର ଇଣ୍ଡୋନେସିଆ ଯାଉଥିବା ସମୟରେ ଖସି ପଡିଥିବା ସନ୍ଦେହ କରାଯାଉଛି । କୋଷ୍ଟ ଗାର୍ଡ ସହ ଏନେଇ ଆଲୋଚନା କରାଯାଇଛି ।

ପୁରୀ ସମୁଦ୍ରରେ ଭାସୁଥିବା କଣ୍ଟେନର ପ୍ରଥମେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ମତ୍ସ୍ୟଜୀବୀଙ୍କ ନଜରକୁ ଆସିଥିଲା । ଏ.ନେଇ ଖବର ପ୍ରଚାର ହେବା ପରେ ସାଧାରଣରେ ବଢିଥିଲା ଉତ୍କଣ୍ଠା। ଏବେ କଣ୍ଟେନର କୂଳରେ ଲାଗିବା ପରେ ତା ଭିତରେ ଥିବା ସାମଗ୍ରୀ ଧରି ଛୁ ସ୍ଥାନୀୟ ଲୋକ ।

Related Articles

Leave a Reply

Your email address will not be published. Required fields are marked *

Back to top button