IBN ଓଡ଼ିଶା ବ୍ୟୁରୋ

ଆଇସକ୍ରିମ ଖାଇ ହେଉଥିଲା ନିଶା, ଖବର ପାଇ ଅବକାରୀ ବିଭାଗ ତୁରନ୍ତ କଲା ଚଢ଼ାଉ

ବିକ୍ରି ହେଉଥିଲା ମଦ ମିଶ୍ରିତ ଆଇସକ୍ରିମ୍‌…

ଆଇସକ୍ରିମ୍‌ ସହିତ ମିଶା ଯାଉଥିଲା ହ୍ଵିସ୍କି…

ଯାହାକୁ ଯିଏ ଖାଉଥିଲା ତାକୁ ହେଉଥିଲା ନିଶା…

ହଁ ଆଜ୍ଞା, ଦୋକାନରେ ବିକ୍ରି ହେଉଛି ହ୍ଵିସ୍କି ଆଇସକ୍ରିମ୍‌ । ଯାହାକୁ ଖାଇଲା ପରେ ଘାରୁଛି ନିଶା । ଆଇସକ୍ରିମ୍‌ ଖାଇ ଲୋକେ ବୁଡି ରହୁଛନ୍ତି ନିଶାରେ । ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ।

ଯେତେବେଳେ ଏଠାରେ ଏକ ଆଇସ୍କ୍ରିମ୍ ପାର୍ଲର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା। ଆଇସକ୍ରିମରେ କିଛି ମଦ ମିଶ୍ରିତ ହୋଇଥିବା ଯାଞ୍ଚ୍ ଦଳ ସୂଚନା ପାଇଥିଲେ । ଏହା ପରେ ଏହି ଦୋକାନରୁ ବହୁ ପରିମାଣର ଆଇସକ୍ରିମ ଏବଂ ମଦ ଜବତ କରାଯାଇଥିଲା ।

ହାଇଦ୍ରାବାଦ ଆରଟିସି କ୍ରସ୍ ରୋଡରେ ଅବସ୍ଥିତ ଏକ ଆଇସ୍କ୍ରିମ୍ ପାର୍ଲରରେ ଏଭଳି ଘଟଣା ସାମ୍ନାକୁ ଆସିଛି ବୋଲି କୁହାଯାଉଛି । ଅଧିକାରୀମାନେ ଶୁକ୍ରବାର ଆଇସକ୍ରିମ ସହିତ ମିଶ୍ରିତ ହ୍ବିସ୍କି ବିକ୍ରି କରୁଥିବା ଏକ ରାକେଟକୁ ଧରିଛନ୍ତି । ଅଭିଯୋଗ ହୋଇଛି ଯେ ଦୋକାନୀ ମଦ ସହିତ ମିଶ୍ରିତ ଆଇସ୍କ୍ରିମ୍ ବିକ୍ରି କରୁଥିଲେ । ଯାହାକୁ ଖାଇବା ପରେ ଲୋକମାନଙ୍କୁ ନିଶା ଘାରୁଥିଲା । କୁହାଯାଉଛି ଯେ ଦୋକାନୀ ସୋସିଆଲ ମିଡିଆ ମାଧ୍ୟମରେ ହ୍ବିସ୍କି ଆଇସକ୍ରିମକୁ ମଧ୍ୟ ପ୍ରୋତ୍ସାହିତ କରୁଥିଲେ ।

ଅଧିକାରୀମାନେ କହିଛନ୍ତି ସେମାନେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଏହି ଆଇସକ୍ରିମ ପାର୍ଲର ବିଷୟରେ ସୂଚନା ପାଇଥିଲେ। ଚଢ଼ାଉ ବେଳେ ୩,୮୫ ଲକ୍ଷ ଟଙ୍କା ମୂଲ୍ୟର ମଦ ଜବତ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଅବକାରୀ ବିଭାଗ ଦଳ ୧୧.୫ କିଲୋଗ୍ରାମ ଆଇସ୍କ୍ରିମ୍ ଜବତ କରିଥିଲେ ।

ଆପଣ ବି ଦେଖିପାରୁଥିବେ ଚଢ଼ାଉବେଳେ ଅଧିକାରୀ ନିଜେ ଦେଖାଉଛନ୍ତି ହ୍ଵିସ୍କି ଆଇସକ୍ରିମର ଡବା ସବୁକୁ । ଆଉ ସେଠାରେ ହ୍ଵିସ୍କି ବୋତଲ ରହିଥିବାର ବି ଆପଣ ଦେଖିପାରୁଥିବେ । ପ୍ରଥମେ ତ ଅଧିକାରୀଙ୍କୁ ବିଶ୍ୱାସ ହେଉନଥିଲା, ହେଲେ ଆଖିରେ ଦେଖିବା ପରେ ଆଉ ଯାଞ୍ଚ ପରେ ସବୁ ଗୁମର ଖୋଲି ଯାଇଥିଲା ଆଇସକ୍ରିମ ପାର୍ଲରର ।

ଅନୁସନ୍ଧାନ ଅନୁଯାୟୀ, ପ୍ରତ୍ୟେକ କିଲୋଗ୍ରାମ ଆଇସକ୍ରିମରେ ୬୦ ମିଲି ହ୍ବିସ୍କି ମିଶ୍ରଣ କରୁଥିଲେ । ଅଧିକାରୀଙ୍କ କହିବାନୁସାରେ, ଆଇସକ୍ରିମ ପାର୍ଲର ଗ୍ରାହକମାନଙ୍କୁ ହ୍ବିସ୍କି-ଲେସଡ୍ ଆଇସକ୍ରିମ୍ ପରିବେଷଣ କରୁଥିଲେ। ଯାହା ଖୁବ୍‌ ଚର୍ଚ୍ଚାରେ ରହିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button