ରାବଣ ପୋଡ଼ିକୁ ନେଇ ଦୀପାଳି-ଅଳକାଙ୍କ କଳି – Ibnodisha

[ad_1]
ଭୁୁବନେଶ୍ୱର: ଦିବଂଗତ ନେତା ନବକିଶୋର ଦାସ ଏବଂ କିଶୋର ମହାନ୍ତି ଯଦିଓ ଗୋଟିଏ ଦଳ ବିଜେଡିରେ ଥିଲେ କିନ୍ତୁ ଏମାନଙ୍କ ସଂପର୍କ କିଭଳି ଜିଲ୍ଲା କଣ ରାଜ୍ୟ ରାଜନୀତିରେ ସମସ୍ତଙ୍କୁ ଜଣା। ଯଦିଓ ଏବେ ଏହି ଦୁଇ ନେତା ଆଉ ନାହାନ୍ତି କିନ୍ତୁ ତାଙ୍କର ଦୁଇ ଉତ୍ତରାଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳଯୁଦ୍ଧକୁ ନେଇ ପାର୍ବଣ ବେଳେ ଜିଲ୍ଲା ରାଜନୀତି ବେଶ ସରଗରମ ହୋଇଛି।
ରାବଣ ପୋଡିକୁ ନେଇ ସହରରେ ବିଧାୟିକା ଅଳାକ ଏବଂ ଦୀପାଳି ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଗୋଟିଏ ଗୋଷ୍ଠୀ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କୁ ସମର୍ଥନ କରି ମନମୋହନ ସ୍କୁଲ ପଡ଼ିଆ ଉପରେ ଅଧିକାର ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ନିଜ ଇଚ୍ଛାରେ ନିଷ୍ପତ୍ତି ନେଇ ପାରୁ ନ ଥିବାରୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦେଇଛି ଏହି ପ୍ରସଙ୍ଗ। ଅର୍ଥାତ ଯେଉଁ ପଡ଼ିଆରେ ଦିନେ କିଶୋର ମହାନ୍ତି ଓ ପରେ ନବ ଦାସ ନିଜ ସମର୍ଥକଙ୍କୁ ନେଇ ରାବଣ ପୋଡି କରୁଥିଲେ ଏବେ ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଛନ୍ତି।
ଦୀର୍ଘ ୩୯ ବର୍ଷ ଧରି ଶାନ୍ତି ଶୃଙ୍ଖଳାର ସହ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରୁଥିବା ଶିବଶକ୍ତି ଦୁର୍ଗାପୂଜା କମିଟି ଚଳିତ ବର୍ଷ ମଧ୍ୟ ସେହି ସ୍ଥାନରେ କରିବାକୁ ଅନୁମତି ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ତେବେ ବିନା ଅନୁମତିରେ ମନମୋହନ ସ୍କୁଲ ପଡ଼ିଆରେ ବାଉଁଶ ପୋତି ଦିଆଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
[ad_2]