ଅପରାଧ

ୟ୍ୟୁଟୁବରଙ୍କୁ ସୋନମ୍ ପଠାଇଲେ ଲିଗାଲ ନୋଟିସ୍ – Ibnodisha

[ad_1]

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜିକାଲି ଫିଲ୍ମ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଥିବା ଦେଖାଯାଇଛି । ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନର ମୁହୂର୍ତ୍ତକୁ ନେଇ ଲାଇମ ଲାଇଟରେ ରହୁଛନ୍ତି । ତେବେ ଏହାରି ଭିତରେ ଅଭିନେତ୍ରୀ ସୋନମ୍ ଜଣେ ୟୁଟୁବରଙ୍କୁ ଲିଗାଲ ନୋଟିସ ଦେଇ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ସୋନମ କପୁରଙ୍କ ଏକ ଭିଡିଓ ଉପରେ ସେ ଦେଇଥିବା ମନ୍ତବ୍ୟକୁ ପରିହାସ କରି ଜଣେ ୟୁଟ୍ୟୁବର ପୋଷ୍ଟ କରିଥିଲେ । ଏନେଇ ସୋନମ ତାଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି ।
କିଛି ମାସ ତଳେ ସୋନମ କପୁର ପବ୍ଲିକରେ ଦେଇଥିବା ଏକ ବୟାନକୁ ନେଇ କଣ୍ଟେଣ୍ଟ କ୍ରିଏଟର ରାଗିଣୀ ତାଙ୍କର ମଜାକ ଉଡାଇଥିଲେ । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫଳରେ ସୋନମଙ୍କ ସ୍ଵାମୀ ଆନନ୍ଦ ଆହୁଜା ଏଥିରେ ରାଗିଯାଇ ରାଗିଣୀଙ୍କୁ ଏକ ଲିଗାଲ ନୋଟିସ ପଠାଇଥିଲେ । ଏଥିରେ ଆହୁଜା ଲେଖିଥିଲେ ରାଗିଣୀଙ୍କ ପାଇଁ ତାଙ୍କର ଓ ତାଙ୍କ ପରିବାରର ସମ୍ମାନ ହାନୀ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button