ରାଜ୍ୟ

ଯୁବକକୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା – Ibnodisha

[ad_1]

ପାଟଣାଗଡ: ପୂର୍ବ ଶତୃତାକୁ କେନ୍ଦ୍ର କରି ଗତକାଲି ସଂଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ସ୍ଥାନୀୟ ଟିକପାଲି(ୱାର୍ଡ ନମ୍ବର-୧୧) ଠାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି ହତ୍ୟାକାରୀ ଉଆଁସୁ ପୋଢ(୩୦)ଙ୍କ ଟାଙ୍ଗିଆ ଚୋଟରେ ଜଣେ ୨୦ ବର୍ଷିୟ ବାଳକ ଜିତେନ ଧ୍ରୁବଲଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ଟିକପାଲି ନିବାସୀ ଝାରୁ ଧ୍ରୁବଲଙ୍କ ସାନପୁଅ ଜିତେନ ଏବଂ ଭକ୍ତ ପୋଢଙ୍କ ପୁଅ ଉଆଁସୁ ଇଟା ଗଢିବାକୁ ରାଜ୍ୟ ବାହାରକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା ।

ତେବେ ଉଭୟେ ଫେରି ଆସିବା ପରେ ମଧ୍ୟ ପୂର୍ବ ରାଗ ଥମି ଥିବାରୁ ଉଆଁସୁ କୁଆଡେ ମଝି ମଝିରେ ଜିତେନକୁ ହତ୍ୟା ଧମକ ଦେଉଥିଲା । ଗତକାଲି ସଂଧ୍ୟା ୭ ଘଣ୍ଟାସମୟରେ ଟିକପାଲି ଉପକଣ୍ଠସ୍ଥ ହୀରାସାଗର ପୋଖରୀ ନିକଟରେ ଜିତେନ ଥିବା ବେଳେ ଉଆଁସୁ ଜିତେନ୍ ଉପରେ ଅତର୍କିତ ଆକ୍ରମଣ କରିଥିବା ପୋଲିସ ଆଗରେ ସ୍ବୀକାର କରିଛି ।

ଉଆଁସୁ ଧରିଥିବା ଏକ ଧାରୁଆ ଟାଙ୍ଗିଆରେ ଜିତେନର ବେକରେ ଆକ୍ରମଣ କରିଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ପଡ଼ିଥିବଦେଖିବାକୁ ମିଳିଥିଲା ଘଟଣାସ୍ଥଳରେ ହିଁ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା ଟାଙ୍ଗିଆ ଏବଂ ଏକ ଲୁହା ପାଇପ ପଡିଥିବା ଦେଖିବାକୁ ପାଇଥିଲା ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଲାଗିରହଥିଲା ପାଟଣାଗଡ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଜିତେନ୍‌ର ନିଶ୍ଚଳ ରକ୍ତ ଜୁଡୁବୁଡୁ ଶରୀରକୁ ପାଟଣାଗଡ ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ହତ୍ୟାକାରୀ ଉଆଁସୁ କରିସାରିବା ପରେ ଫେରାର ମାରିଥିଲା ପରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ହତ୍ୟାକାରୀ ଉଆସୁ କୁ ଧରିବାରେ ସଫଳ ହୋଇ ତାକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ସେ ମାରିଥିବା ସ୍ବୀକାର କରିଥିଲା ଆଜି ସକାଳୁ ବଲାଙ୍ଗିର ରୁ ସାଇନଟିକ ଫିକ ଟିମ୍ ଆସି ଅଧିକ ତଦନ୍ତ କରିଛି ହତ୍ୟାକାରୀ ଉଆସୁକୁ ଘଟଣା ସ୍ଥଳକୁ ନେଇ ମଜିଷ୍ଟେଟ ଓ ପୋଲିସ ଉପସ୍ଥିତିରେ କିଭଳି ଭାବରେ ମାରିଥିଲା ସେ ଉପରେ ଦେଖାଇ ଥିଲା ଏ ସଂକ୍ରାନ୍ତ ରେ ଉଭୟ ପରିବାର ପକ୍ଷରୁ ପୃଥକ୍ ପୃଥକ୍ ଭାବେ ଦୁଇଟି ମାମଲା ରୁଜୁ ହୋଇଛି ଓ ହତ୍ୟାକାରୀ ଉଆଶୁକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣାଗଡ ଏସ ଡି ପି ଓ ଯୋତି ର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button