ରାଜ୍ୟ

ବରପଦା ଇଞ୍ଜିନିଅରିଂ କଲେଜରେ ଉତ୍ତେଜନା – Ibnodisha

[ad_1]

ଭଦ୍ରକ: ଭଦ୍ରକ ସ୍ଥିତ ବରପଦା ଇଞ୍ଜିନିଅରିଂ କଲେଜରେ ଆଗରେ ଉତ୍ତେଜନା । ବରପଦା ଇଞ୍ଜିନିୟରିଂ କଲେଜ୍ ସମ୍ମୁଖରେ ଅନେକ କର୍ମଚାରୀଙ୍କ ଆନ୍ଦୋଳନ । ଗେଟ ଆଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ସହ ନାରାବାଜି । ବିଭିନ୍ନ ଦାବିନେଇ ବିକାଶ ମଞ୍ଚ ପକ୍ଷରୁ ଗେଟ୍ ଆଗରେ ଧାରଣା ଦିଆଯାଇଛି । ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ପରିଚାଳନା କମିଟିରୁ ତୁରନ୍ତ ବହିସ୍କୃତ କରିବା ସହ ପୂର୍ବରୁ ବରପଦା ଇଞ୍ଜିନିୟର କଲେଜରେ ହୋଇଥିବା ମହା ଦୁର୍ନୀତିରେ ଲିପ୍ତ ଥିବା ସମସ୍ତ ଅସାଧୁ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ବିକାଶ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି l ଆଜି କଲେଜ ସମ୍ମୁଖରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତ ସାମଲଙ୍କ ବିରୋଧରେ ପୋଷ୍ଟର ମାରିଛନ୍ତି । ଏହାକୁ ବିରୋଧ କରିଥିଲେ କାର୍ଯ୍ୟରତ କର୍ମଚାରୀ । ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲେ ମଧ୍ୟ ପୋଲିସ ଗାଡି ଆଗରେ ଆନ୍ଦୋଳନକାରୀ ଶୋଇ ପଡ଼ିଥିବାର ଦେଖିବାକୁ ମିଳିଛି । ଧାରଣାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

The post ବରପଦା ଇଞ୍ଜିନିଅରିଂ କଲେଜରେ ଉତ୍ତେଜନା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button