ଅଧରାତିରେ ଜଣେ ମହିଳାଙ୍କ ଘରର କବାଟ ବାଡେଇବା ଅବୈଧ: ହାଇକୋର୍ଟ – Ibnodisha

[ad_1]
ମୁମ୍ବାଇ: ଲେମ୍ବୁ ମାଗିବା ପାଇଁ ଅଧରାତିରେ ମହିଳାଙ୍କ ଘରର କବାଟ ବାଡେଇବା ଅବୈଧ ଏବଂ କେନ୍ଦ୍ରୀୟ ଶିଳ୍ପ ଓ ସୁରକ୍ଷା ବଳ(ସିଆଇଏସଏଫ)ର କର୍ମଚାରୀଙ୍କ ପାଇଁ ଏହା ଅଶୋଭନୀୟ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । ଏହି କାର୍ଯ୍ୟ ପାଇଁ ଶ୍ରମିକଙ୍କ ଉପରେ ଲାଗିଥିବା ଜରିମାନା ମଧ୍ୟ ବାତିଲ କରିବାକୁ କୋର୍ଟ ମନା କରି ଦେଇଛନ୍ତି । ଜଷ୍ଟିସ୍ ନିତିନ ଜାମଦାର ଏବଂ ଏମ ଏମ ସାଥାଇଙ୍କ ଏକ ଡିଭିଜନ ବେଞ୍ଚ ମାର୍ଚ୍ଚ ୧୧ରେ ନିଜ ନିର୍ଦ୍ଦେଶରେ କହିଛନ୍ତି ଯେ, ଆବେଦନକାରୀ ସିଏସଏଫ କନଷ୍ଟେବଳ ଏହି ଘଟଣା ପୂର୍ବରୁ ମଦ୍ୟପାନ କରିଥିଲେ ଏବଂ ମହିଳାଙ୍କ ସ୍ୱାମୀ ଘରେ ଉପସ୍ଥିତ ନଥିବା ମଧ୍ୟ ଜାଣିଥିଲେ । ମହିଳାଙ୍କ ସ୍ୱାମୀ ଅଭିଯୁକ୍ତଙ୍କ ସହକର୍ମୀ, ଯିଏ ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ଡ୍ୟୁଟିରେ ଥିଲେ ।
ଘଟଣା ସମୟରେ ମୁମ୍ବାଇରେ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ) ସହିତ ପୋଷ୍ଟ ହୋଇଥିବା ଅରବିନ୍ଦ କୁମାର (୩୩) ଙ୍କ ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ । ଅଭିଯୁକ୍ତ ଅରବିନ୍ଦ ଜୁଲାଇ ୨୦୨୧ ରୁ ଜୁନ୍ ୨୦୨୨ ମଧ୍ୟରେ ବରିଷ୍ଠ ସିଏସଏଫ୍ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡକୁ ଚ୍ୟାଲେଞ୍ଜ କରିଥିଲେ । ଅରବିନ୍ଦଙ୍କ ଦରମା ତିନି ବର୍ଷ ପାଇଁ ହ୍ରାସ କରାଯାଇଥିଲା ଏବଂ ଏହି ସମୟ ମଧ୍ୟରେ ତାଙ୍କ ଦରମା ଦଣ୍ଡ ଭାବରେ ବୃଦ୍ଧି କରାଯାଇ ନଥିଲା । ଅଭିଯୋଗ ହୋଇଛି ଯେ ଅରବିନ୍ଦ ୧୯ ଓ ୨୧ ଅପ୍ରେଲ ୨୦୨୧ ମଧ୍ୟ ରାତିରେ ତାଙ୍କ ସରକାରୀ ଆବାସିକ କ୍ୱାର୍ଟର୍ସ ପଡୋଶୀ ଘରର କବାଟ ବାଡେଇଥିଲେ ଯେଉଁଥିରେ ଅଭିଯୋଗକାରୀ ମହିଳା ଏବଂ ତାଙ୍କର ୬ବର୍ଷର ଝିଅ ରହୁଥିଲେ ।
ଅଭିଯୋଗକାରୀଙ୍କ କହିବାନୁସାରେ, ସେ ଭୟଭୀତ ହୋଇ କୁମାରଙ୍କୁ କହିଥିଲେ ଯେ ତାଙ୍କ ସ୍ୱାମୀ ପଶ୍ଚିମବଙ୍ଗରେ ଡ୍ୟୁଟିରେ ଅଛନ୍ତି ଏବଂ ତେଣୁ ତାଙ୍କୁ ହଇରାଣ ନକରନ୍ତୁ । ମହିଳାଙ୍କ ଦ୍ୱାରା ଚେତାବନୀ ଓ ଧମକ ଦିଆଯିବା ପରେ ଅରବିନ୍ଦ ସେଠାରୁ ଚାଲିଗଲେ । କୁମାର ତାଙ୍କ ପ୍ରତିରକ୍ଷାରେ ଦାବି କରିଛନ୍ତି ଯେ ସେ ନିଜକୁ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଲେମ୍ବୁ ମାଗିବା ପାଇଁ କେବଳ ପଡ଼ୋଶୀଙ୍କ କବାଟ ବାଡେଇଥିଲେ । ବେଞ୍ଚ ଏହାର ନିର୍ଦ୍ଦେଶରେ କହିଛି ଯେ, ଘଟଣା ପୂର୍ବରୁ ଆବେଦନକାରୀ ମଦ୍ୟପାନ କରିଥିଲେ ଏବଂ ଅଭିଯୋଗକାରୀ ମହିଳାଙ୍କ ସ୍ୱାମୀ ସେହି ସମୟରେ ଘରେ ନଥିବା ଜଣା ପଡିଥିଲା । ବେଞ୍ଚ କହିଛନ୍ତି, ‘ଅଭିଯୁକ୍ତ ଏହା ଜାଣିଥିଲେ ଯେ ଘରେ କେହି ପୁରୁଷ ନାହାଁନ୍ତି ଓ ତାପରେ ବି ସେ କବାଡ ବାଟେଇଲେ । ଯେଉଁଠାରେ ଜଣେ ମହିଳା ତାଙ୍କର ୬ ବର୍ଷର ଝିଅ ସହ ରହୁଛନ୍ତି । ପେଟ ଖରାପ ହେବା କାରଣୁ କେବଳ ଗୋଟିଏ ଲେମ୍ବୁ ପାଇଁ ରାତିରେ ମହିଳାଙ୍କ କବାଟ ବାଡେଇବା ହେଉଛି ଅର୍ଥହୀନ ।
[ad_2]