ଦେଶ

ସନ୍ଦେଶଖାଲି ର କଳା ଇତିହାସ କୁ ନେଇ ରାଜନୀତି – Ibnodisha

[ad_1]

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ର ସନ୍ଦେଶ ଖାଲି କୁ ନେଇ ବର୍ତମାନ ଦେଶର ରାଜନୈତିକ ମାହୋଲ ପୁରା ଗରମ l ଯେଉଁଠି ଦେଖିବ ସନ୍ଦେଶ ଖାଲି କୁ ନେଇ ଚର୍ଚା l ପଶ୍ଚିମବଙ୍ଗ ର ସରକାରୀ ଦଳ ଓ ବିଜେପି ଏହାକୁ ନେଇ ମୁହାଁ ମୁହିଁ l ରାଜନୈତିକ ମୁଦା କୁ ଛାଡିଲେ ସନ୍ଦେଶ ଖାଲି କଥା ଯଦି କହିବା ଯଦି ଏପରି ଘଟୁଛି ତେବେ ଏହା ଦେଶ ପାଇଁ ବଡ଼ ବିପଦ l ଏହା ଗୋଟିଏ ଏଭଳି ଲୋମ ଟାଙ୍କୁରା ଘଟଣା ଯାହାକୁ ଜାଣିଲେ ନିଦ ମଧ୍ୟ ହଜିଯିବି l ଲାଗିବ ସତରେ ଏବେ ମଧ୍ୟ ଆମେ କଣ ବ୍ରିଟିଶ ଶାସିତ ଦେଶରେ ରହୁଛୁ l

ପଶ୍ଚିମବଙ୍ଗ ର ଉତ୍ତର ୨୪ ପରଗଣା ଜିଲ୍ଲାର ଗାଁ ଟିଏ ହେଉଛି ସନ୍ଦେଶଖାଲି ର କାହାଣୀ ଆରମ୍ଭ ହେଲା ଜାନୁଆରୀ ୫ ତାରିଖ ୨୦୨୪ ରୁ l ଯେଉଁଦିନ ପ୍ରବର୍ତନ ନିର୍ଦେଶାଳୟ ଦ୍ୱାରା ୨୪ ପରଗଣା ଜିଲ୍ଲାର ମୁଖ୍ୟାଳୟ ନିକଟରୁ ପାଖାପାଖି ୭୪ କିଲୋମିଟର ଦୂର ସନ୍ଦେଶଖାଲି ରେ ରହୁଥିବା ତୃଣମୂଳ କଂଗ୍ରେସ ର ଜଣେ ନେତା ସାହାଜାହାନ ଶେଖ ଙ୍କ ଘରେ ରେଡ ହୋଇଥିଲା l TMC ରୁ ଜିଲ୍ଲା ପଂଚାୟତ ସଦସ୍ୟ ହୋଇଥିବା ସାହାଜାହାନ ଶେଖ ଙ୍କ ବିରୁଦ୍ଧରେ ଇଡି ପକ୍ଷରୁ ରାସନ ଘୋଟାଲା କୁ ନେଇ ଚଢ଼ାଉ ହୋଇଥିଲା l ସେହି ସମୟରେ ସାହାଜାହାନ ଶେଖ ର ଗୁଣ୍ଡାମାନେ ଇଡି କୁ ଗାଁ ମଧ୍ୟରେ ପଶିବା ପାଇଁ ଅଟକାଇ ଥିଲେ , ଯେଉଁ ପର୍ଯ୍ୟନ୍ତ ସାହାଜାହାନ ଶେଖ ଫେରାର ହୋଇ ନ ଯାଏ l

ଏପରି ସ୍ଥିତି ହୋଇ ଯାଇଥିଲା ଇଡି କୁ ମଧ୍ୟ ଖାଲି ହାତରେ ଫରିବାକୁ ପଡିଥିଲା ଏବଂ ସେହି ସମୟ ରେ ସନ୍ଦେଶ ଖାଲି ଗ୍ରାମର ମହିଳାମାନେ ସାମ୍ନାକୁ ଆସିଥିଲେ l ସେହି ମହିଳାମାନେ କହିଥିଲେ ଯେ ସାହାଜାହାନ ଶେଖ ଦୀର୍ଘ ଦିନରୁ ସମସ୍ତଙ୍କ ଜମି କୁ ମାଡି ବସିଛି ଏବଂ ତାର ଗୁଣ୍ଡାମାନେ ସନ୍ଦେଶ ଖାଲି ମହିଳା ମାନଙ୍କର ଯୌନ ଉତ୍ପୀଡ଼ନ କରୁଛନ୍ତି l ମହିଳା ମାନେ କହିଥିଲେ ଯେ TMC ଗୁଣ୍ଡ ମାନେ ଘରଘର ବୁଲି ସୁନ୍ଦର ମହିଳା ଓ ଝିଅଙ୍କୁ ଉଠାଇ ଟିଏମସି ର ପାର୍ଟି ଅଫିସକୁ ନେଇ ଯାଇ ଥାଆନ୍ତି l ଜୋର ଜବରଦସ୍ତି ସେଠାରେ ରଖି ରାତି ସାରା ବଳାତ୍କାର କରି ଥାଆନ୍ତି l ମନ ଭାରି ଯିବାପରେ ଛାଡି ଦିଅନ୍ତି l

ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଯଦି ସନ୍ଦେଶ ଖାଲି ମହିଳା ମାନଙ୍କ ସହିତ ଏଭଳି କିଛି ଘଟୁ ଥିଲା ତେବେ ସେମାନେ ଆଜି ପର୍ଯ୍ୟନ୍ତ ଚୁପ କାହିଁ ରହିଥିଲେ ? ଏହାର ଉତ୍ତରରେ ମହିଳାମାନେ କହିଥିଲେ ଯେତେବେଳେ ଇଡି ଚଢ଼ାଉ କରିଥିଲା ସାହାଜାହାନ ଶେଖ ଓ ତାର ଗୁଣ୍ଡ ମାନେ ସନ୍ଦେଶ ଖାଲି ଛାଡି ପଳାଇଥିଲେ l ସେତେବେଳେ ଯାଇ ସେହି ମହିଳା ମାନଙ୍କୁ ନିଜ ଦୁଃଖ ବଖାଣିବାର ସାହସ ମିଳିଥିଲା l

ଏମିତି ମଧ୍ୟ ଘଟିଥାଏ ଯେ କିଛି ମହିଳାଙ୍କୁ ଟିଏମସି ଗୁଣ୍ଡ ଜୋର ଜବରଦସ୍ତି ଉଠାଇ ନେଇ ଯାଇଥାଆନ୍ତି, ଏବଂ ସେମାନଙ୍କୁ ବର୍ଷବର୍ଷ ଧରି ନିଜ ନିକଟରେ ରଖିବା ଦ୍ୱାରା ତାଙ୍କ ସ୍ୱାମୀ ମାନେ ଘର ଛାଡି ଅନ୍ୟ ରାଜ୍ୟରେ ବସବାସ କରୁଛନ୍ତି l

ନିଜ ଦୁଃଖ କୁ ବଖାଣି ସନ୍ଦେଶ ଖାଲି ମହିଳାମାନେ ପୋଲିସ ଥାନା ସାମ୍ନାରେ ପ୍ରଦର୍ଶନ କରିଥିଲେ l ଏବଂ ଅନ୍ୟ ଜଣେ ଟିଏମସି ନେତା ଶିବ ପ୍ରସାଦ ହଜାରେ ଙ୍କ ବିରୁଦ୍ଧରେ ମଧ୍ୟ ସଂଗୀନ ଆରୋପ ଲଗାଇଛନ୍ତି ସନ୍ଦେଶ ଖାଲି ମହିଳାମାନେ l ମାମଲାର ଗମ୍ଭୀରତା କୁ ଦେଖି ପଶ୍ଚିମବଙ୍ଗ ରାଜ୍ୟପାଳ ସିବି ଆନନ୍ଦ ବୋଷ କେରଳ ଗସ୍ତ ଅଧାରୁ ଛାଡି ସନ୍ଦେଶ ଖାଲି ପହଞ୍ଚିଥିଲେ ଏବଂ ସେଠାରେ ପୀଡିତ ମହିଳାଙ୍କ ସହିତ ସାକ୍ଷାତକରି ନିଜର ମତାମତ ଦେଇ କହିଥିଲେ ମୁଁ ସେଠାରେ ଯାହାବି ଦେଖିଲି ଆଜି ପର୍ଯ୍ୟନ୍ତ ତାହା ଦେଖି ନଥିଲି , ଯାହା ଶୁଣିଲି ତାହା ମଧ୍ୟ ମୋର ବିଶ୍ୱାସ ହେଲାନାହିଁ l ଗୋଟିଏ ସଭ୍ୟ ସମାଜରେ ରହି ଏମିତି କିଛି ମଧ୍ୟ ଘଟିପାରେ ତାହା ଆଦୌ ବିଶ୍ୱାସ ଯୋଗ୍ୟ ନୁହେଁ l ସନ୍ଦେଶ ଖାଲି ଗସ୍ତରୁ ରାଜ୍ୟପାଳ ଫେରି ଗୃହ ମନ୍ତ୍ରଣାଳୟ କୁ ନିଜର ରିପୋର୍ଟ ଦେଇଥିଲେ ଏବଂ ଦର୍ଶାଇ ଥିଲେ ଯେ ସନ୍ଦେଶ ଖାଲି ମହିଳା ଚାହୁଁଛନ୍ତି ଏହାକୁ ନେଇ ସ୍ୱତନ୍ତ୍ର ଯାଞ୍ଚ ହେଉ l

ଏହାପରେ ଆରମ୍ଭ ହୋଇ ଯାଇଥିଲା ବିଜେପି ଓ ଟିଏମସି ର ରାଜନୀତି l କିନ୍ତୁ କିପରି ସେହି ନିଷ୍ପେସିତ ଓ ନିର୍ଯ୍ୟାତିତ ମହିଳା ମାନେ ନ୍ୟାୟ ପାଇବେ ତାହାକୁ ନେଇ କେହି ହେଲେ ବ୍ୟଗ୍ର ନୁହନ୍ତି l ଗୋଟିଏ ପଟେ ବିଜେପି ଦାୟୀ କରୁଛି ମମତାଙ୍କୁ, ଅନ୍ୟ ପଟରେ ମମତା ବାନାର୍ଜୀ ଦାୟୀ କରୁଛନ୍ତି ବିଜେପି କୁ l କେହି ଚିନ୍ତା କରୁ ନାହାନ୍ତି କିଭଳି ସେହି ମହିଳାମାନେ ନ୍ୟାୟ ପାଇବେ l ସନ୍ଦେଶ ଖାଲି ର ସେହି ମହିଳା ମାନଙ୍କର ବା ଭୁଲ କଣ ଥିଲା ? ତାଙ୍କୁ ନ୍ୟାୟ ମିଳିବ କେବେ ? ନା ଏମିତି ସନ୍ଦେଶ ଖାଲି କୁ ନେଇ ନେତାଙ୍କ ଭୋଟ ବ୍ୟାଙ୍କ ଗରମ ହେବ ଏବଂ ମହିଳା ମାନେ ଏମିତି ରହିଯିବେ ନ୍ୟାୟ ଅପେକ୍ଷାରେ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button