ଦେଶ

ଚୀନ୍‌ରେ ଜନ୍ମହାର ୧୦% ହ୍ରାସ – Ibnodisha

[ad_1]

ବେଜିଂ : ୨୦୨୨ରେ ଚୀନ୍‌ରେ ଜନ୍ମହାର ୧୦ ପ୍ରତିଶତ ହ୍ରାସ ପାଇଥିବା ଜଣାପଡିଛି । ଚୀନ୍‌ରେ ଜନସଂଖ୍ୟା ଅନୁପାତ କ୍ରମଶଃ କମୁଥିବାରୁ କମ୍ୟୁନିଷ୍ଟ ସରକାର ପରିବାର ନିୟୋଜନ କଟକଣାକୁ ସମ୍ପୂର୍ଣ୍ଣ କୋହଳ କରିଥିବାବେଳେ ଅଧିକ ସନ୍ତାନ ଜନ୍ମ କରିବାକୁ ଦମ୍ପତିଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଉଛନ୍ତି । ଏହାସତ୍ତ୍ୱେ ଚୀନ୍‌ରେ ଜନ୍ମହାର ହ୍ରାସ ପାଉଥିବାରୁ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ୨୦୨୨ରେ ଚୀନ୍‌ରେ ୯୫ ଲକ୍ଷ ଶିଶୁ ଜନ୍ମଗ୍ରହଣ କରିଛନ୍ତି । ୧୯୪୯ ପରେ ଏହା ସବୁଠାରୁ କମ ବୋଲି ଚୀନ୍ ନ୍ୟାସନାଲ ହେଲଥ୍ କମିଶନ ପକ୍ଷରୁ କୁହାଯାଇଛି । ଚୀନ୍‌ରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରୁଥିବାବେଳେ ଶିଶୁଙ୍କ ଶିକ୍ଷା ଓ ଲାଳନପାଳନ ଖର୍ଚ୍ଚ ମଧ୍ୟ ଆକାଶଛୁଆଁ ହେବାରେ ଲାଗିଛି । ତେଣୁ ଚୀନ୍ ଦମ୍ପତିମାନେ ଗୋଟିଏରୁ ଅଧିକ ସନ୍ତାନଙ୍କୁ ଜନ୍ମ କରିବାକୁ କୁଣ୍ଠାବୋଧ କରୁଥିବାବେଳେ କେତେକ ନବବିବାହିତମାନେ ଆଦୌ ପିଲା ଜନ୍ମ କରିବାକୁ ଚାହୁଁନାହାନ୍ତି । ଏଭଳି ମାନସିକତା ଯୋଗୁଁ ବିଗତ ୧୦ ବର୍ଷ ମଧ୍ୟରେ ଚୀନ୍‌ର ଲୋକସଂଖ୍ୟା ପ୍ରଥମ ଥର ହ୍ରାସ ପାଇ ୧୪୧ କୋଟିରେ ପହଞ୍ଚିଛି । ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଚୀନ୍ ଅଶୀ ଦଶକରେ ‘ଏକ ସନ୍ତାନ’ ନୀତିକୁ କଡାକଡିଭାବେ ଲାଗୁ କରିଥିଲା । ପରବର୍ତ୍ତୀ ସମୟରେ ଏହାକୁ କୋହଳ କରାଯାଇ ଏକାଧିକ ସନ୍ତାନ ଜନ୍ମକୁ ପ୍ରୋତ୍ସାହନ ଦିଆଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button