ରାଜ୍ୟ

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌କୋଡ ପ୍ରସଙ୍ଗ: ଛତିଶାନିଯୋଗ, ହୋଟେଲ ସଂଘର ସହଯୋଗ ଲୋଡ଼ିଲା ପ୍ରଶାସନ – Ibnodisha

[ad_1]

ପୁରୀ : ଶ୍ରୀମନ୍ଦିରରେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନେଇ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସକ । ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସମେତ ପୁରୀ ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ। ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ସଚେତନତା କରିବାକୁ ସହଯୋଗ କାମନ କରିଛନ୍ତି । କୈଣସି ନିର୍ଦ୍ଦିଷ୍ଟ ପୋଷାକ ତାଲିକା ଧାର୍ଯ୍ୟ କରାଯାଇ ନଥିଲେ ମଧ୍ୟ ପୁରୁଷମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି, ପାରମ୍ପରିକ ପୋଷାକ ପରିଧାନ କରିବେ । ସେହିଭଳି ମହିଳାମାନେ ଶାଢ଼ୀ, ସାଲୱାର କମିଜ୍, ପାରମ୍ପରିକ ପୋଷାକ ପିନ୍ଧି ପାରିବେ । ହେଲେ ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସ, ଅନାବଶ୍ୟକ ଅଙ୍ଗ ପ୍ରଦର୍ଶନ କରୁଥିବା ପୋଷାକ ଏବଂ ଧାର୍ମିକ ଭାବନାକୁ କୁଠାରଘାତ କରୁଥିବା ପୋଷାକ ପିନ୍ଧିବା ମନା । ଶ୍ରୀମନ୍ଦିରରେ ହାଫ୍‌ ପ୍ୟାଣ୍ଟ, ଚିରାଫଟା ଜିନ୍ସ, ଅନାବଶ୍ୟକ ଶରୀର ପ୍ରଦର୍ଶନ କରୁଥିବା ପୋଷାକ ଓ ଧାର୍ମିକ ଭାବନାକୁ କୁଠାରାଘାତ କରୁଥିବା କୌଣସି ବି ପୋଷାକ ବର୍ଜନୀୟ ହେବ। ଏଣୁ ଶ୍ରୀଜଗନ୍ନାଥ ମନ୍ଦିରର ମହାନ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଛତିଶାନିଯୋଗର କାର୍ଯ୍ୟକର୍ତ୍ତା ଭକ୍ତଙ୍କୁ ଜଣାଇବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପଟେ ପୁରୀ ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘକୁ ଚିଠି କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ସାରା ଦେଶରେ ଏଭଳି ଅନେକ ମନ୍ଦିର ରହିଛି, ଯେଉଁଠି ଧାର୍ମିକ ଭାବନାକୁ ଅକ୍ଷୁଣ୍ଣ ରଖିବା ପାଇଁ ଭକ୍ତଙ୍କ ପାଇଁ ନିର୍ଦ୍ଦିଷ୍ଟ ଡ୍ରେସକୋଡ୍‌ ରହିଛି। ବହୁଦିନ ଧରି ସେବାୟତ, ଭକ୍ତଙ୍କ ସହ ଗବେଷକମାନେ ବି ଶ୍ରୀଜଗନ୍ନାଥ ମନ୍ଦିରରେ ବି ଭକ୍ତଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଦାବି କରି ଆସୁଥିଲେ। ବର୍ତ୍ତମାନ ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବା ସହ ଆସନ୍ତା ନୂଆବର୍ଷ ଠାରୁ ଏହାକୁ କଡ଼ାକଡ଼ି କରାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button