ଦେଶ

ଟମାଟୋ ପରେ ଏବେ ଡାଲି ଚିନ୍ତା: ଚିନି, ଖାଇବା ତେଲ ଦାମ୍ ବଢ଼ିବ – Ibnodisha

[ad_1]

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ସ୍ଥିତି ଏବେ ଅଣାୟତ୍ତ ହେବାରେ ଲାଗିଛି। ଘର ଚଳାଇବା କଷ୍ଟକର ହୋଇପଡ଼ିଲାଣି। ରୋଷେଇ‌ ଘରେ ବ୍ୟବହାର ହେଉଥିବା ପ୍ରାୟ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବଢ଼ିବାରେ ଲାଗିଛି। ଚାଉଳ, ପନିପରିବା, ଗହମ, ଟମାଟୋ, ଡାଲି ଦରବୃଦ୍ଧି ଚିନ୍ତାର କାରଣ ପାଲଟିଥିବା ବେଳେ ଖୁବ୍‌ଶୀଘ୍ର ଚିନି ଓ ଖାଇବା ତେଲ ମଧ୍ୟ ମହଙ୍ଗା ହେବ ହେବାର ସଙ୍କେତ ମିଳିଛି। ଯଦିଓ ଦରବୃଦ୍ଧି ଲାଗି ଟମାଟୋ ଏବେ ଖବରର ଶିରୋନାମାରେ ରହିଛି, କିନ୍ତୁ ଆହୁରି ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ଏତେ ବଢ଼ିଛି ଯାହା ଯେକୌଣସି ପରିବାର ଲାଗି ସମସ୍ୟା ଭାବେ ଉଭା ହୋଇଛି।

ପନିପରିବା ଦରବୃଦ୍ଧିର ମୁକାବିଲା କରିବାକୁ ସଂଘର୍ଷ କରୁଥିବା ଭାରତୀୟ ପରିବାର ଉପରେ ଡାଲି ଏବେ ଅତିରିକ୍ତ ବୋଝ। ଆନ୍ତର୍ଜାତିକ ବଜାରରେ ଡାଲି ମହଙ୍ଗା ହେବା ପରେ ଚଳିତ ସପ୍ତାହରେ ଦେଶର ପାଇକାରୀ ବଜାରରେ ଡାଲି ମୂଲ୍ୟ ୨-୩ ପ୍ରତିଶତ ବଢ଼ିଛି। ଭାରତକୁ ଡାଲି ରପ୍ତାନି କରୁଥିବା ଦେଶ ଯଥା କାନାଡା, ମିଆଁମାର, ମୋଜାମ୍ବିକ୍ ଆଦି ଭାରତର ଡାଲି ଚାଷ ଉପରେ ନଜର ରଖିଛନ୍ତି। ଖରିଫ ଋତୁରେ ଡାଲି ଚାଷରେ ୯ ପ୍ରତିଶତ ହ୍ରାସ ଘଟିଥିବା କୁହାଯାଉଛି। ସପ୍ତାହକ ଭିତରେ ବିରି ଡାଲି ଦାମ୍ କେଜି ପିଛା ୩ ଟଙ୍କା ବଢ଼ିଥିବା ବେଳେ ହରଡ଼ ଡାଲିର କ୍ବିଣ୍ଟାଲ୍‌ ପିଛା ମୂଲ୍ୟ‌ରେ ୨୦୦-୪୦୦ ଟଙ୍କାର ବୃଦ୍ଧି ଘଟିଛି। ଉଭୟ ବିରି ଓ ହରଡ଼ ଚାଷରେ ଯଥାକ୍ରମେ ୧୪ ଓ ୮ ପ୍ରତିଶତ ହ୍ରାସ ଘଟିଥିବା କୁହାଯାଉଛି।

ଘର ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ଆଉ ଏକ ବଡ଼ ସମସ୍ୟା ହେଉଛି ଗହମ ଓ ଚାଉଳ। ଗହମର କେଜି ପିଛା ଦାମ୍ ୨୯ ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଥିବା ବେଳେ ଚାଉଳ ଦାମ୍‌ କେଜି ପିଛା ୪୦ ଟଙ୍କା ୪୨ ପଇସା ହୋଇଛି। ଗହମ୍ ପ୍ରଭାବରେ ଅଟା ମଧ୍ୟ ମହଙ୍ଗା ହେବାରେ ଲାଗିଛି। ଆଗାମୀ ଦିନରେ ଚିନି ଓ ଖାଇବା ତେଲ ଦାମ୍ ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅଦିନିଆ ବର୍ଷାରେ ଆଖୁ ଫସଲ ନଷ୍ଟ ହୋଇଥିବାରୁ ଏଥର ଚିନି ଉତ୍ପାଦନ କମ୍ ହୋଇପାରେ। ଯଦି ‌ସେଭଳି ସ୍ଥିତି ସୃଷ୍ଟି ହେବ ତେବେ ଦେଶର ଆବଶ୍ୟକତା ପୂରଣ କରିବା ଲାଗି ସରକାର ଚିନି ରପ୍ତାନି ଉପରେ କଟକଣା ଲଗାଇପାରନ୍ତି। ସେହିପରି, ଖାଇବା ତେଲ ମୂଲ୍ୟ ବଢ଼ିବାର ମଧ୍ୟ ଆଶଙ୍କା ରହିଛି। ଏହା ପଛର କାରଣ ହେଉଛି କୃଷ୍ଣ ସାଗର ମଧ୍ୟ ଦେଇ ୟୁକ୍ରେନ୍‌ରୁ ସଫ୍‌ଫ୍ଲାୱାର ରପ୍ତାନି ଲାଗି ଯେଉଁ ବୁଝାମଣା ହୋଇଥିଲା ସେଥିରୁ ରୁଷ୍‌ ଓହରିଯାଇଛି। ସେଥିପାଇଁ ଭାରତରେ ସନ୍‌ଫ୍ଲାୱାର ମହଙ୍ଗା ହେଉଥିବା ବେଳେ ଆମେରିକାରେ ଖରାପାଗ ପ୍ରଭାବ ଯୋଗୁଁ ସୋୟାବିନ ତେଲ ମଧ୍ୟ ମହଙ୍ଗା ହୋଇଛି। ୟୁରୋପରେ ମରୁଡ଼ି ଭଳି ସ୍ଥିତି ପାଇଁ ବର୍ଷକ ଭିତରୋ ଅଲିଭ୍ ଅଏଲ୍‌ ଦାମ୍‌ ୮୦% ବଢ଼ିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button