ଖେଳ

ଇଂଲଣ୍ଡରେ ଦ୍ୱିଶତକ ମାରି ରେକର୍ଡ କଲେ ପୃଥ୍ଵୀ ଶ’, ଭାଙ୍ଗିଲେ ପୂଜାରାଙ୍କ ରେକର୍ଡ – Ibnodisha

[ad_1]

ବ୍ୟୁରୋ : ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡିଥିବା ଖେଳାଳି ପୃଥ୍ଵୀ ଶ’ ଇଂଲଣ୍ଡରେ ଚାଲିଥିବା ଏକଦିବସୀୟ କପରେ ଦ୍ୱିଶତକ ହାସଲ କରି ରେକର୍ଡ କରିଛନ୍ତି । ପୃଥ୍ୱୀ ନର୍ଥମଟନସେୟାର ପାଇଁ ଖେଳି ସରସେଟ୍ ବିପକ୍ଷରେ ମାତ୍ର ୧୨୯ ବଲର ସାମ୍ନା କରି ନିଜର ଦ୍ୱିଶତକ ପୂରଣ କରିଛନ୍ତି । ସେ ୧୫୩ ବଲରେ ୨୪୪ ରନ୍‌ କରିଛନ୍ତି ପୃଥ୍ଵୀ । ଏହି ପ୍ରତିଯୋଗିତାରେ ସେ ସର୍ବୋଚ୍ଚ ସ୍କୋରର୍ ହେବା ସହ ଦ୍ବିଶତକ ମାରିବାରେ ତୃତୀୟ ବ୍ୟାଟର୍ ହୋଇଛନ୍ତି। ତାଙ୍କ ପୂର୍ବରୁ କେଣ୍ଟ୍ର ଓଲି ରବିନସନ୍ ଏବଂ ସସେକ୍ସର ଅଲୀ ଓର ଦ୍ବିଶତକ ମାରିଥିଲେ।ନର୍ଥମଟନ୍ ପାଇଁ ତୃତୀୟ ମ୍ୟାଚ୍ ଖେଳୁଥିବା ବେଳେ ପୃଥ୍ୱୀ ୮୧ ବଲ୍ରେ ଶତକ ପୂରଣ କରିଥିଲେ । ଏହାପରେ ୧୨୯ ବଲରେ ଧମାକାଦାର ଦ୍ୱିଶତକ ପୂରଣ କରିଥିଲେ । ଏହି ଦ୍ୱିଶତକରେ ୨୪ ଟି ଚୌକା ଏବଂ ୮ଟି ଛକା ରହିଥିଲା। ଏହାପୁର୍ବରୁ ୨୦୨୦-୨୧ ବିଜୟ ହଜାର ଟ୍ରଫିରେ ଶ’ ଦିନିକିଆ କ୍ରିକେଟରେ ତାଙ୍କର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ । ପଡୁଚେରୀ ବିପକ୍ଷ ଏହି ମ୍ୟାଚରେ ଶ’ ୨୨୭ ରନର୍ ଅପରାଜିତ ଇନିଂସ ଖେଳିଥିଲେ । ଯାହା ଏହି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋର୍ ରେକର୍ଡ ହୋଇଛି।ଏକ ଦିବସୀୟ କପରେ ନର୍ଥମଟନ୍ ବ୍ୟାଟର୍ ସର୍ବାଧିକ ସ୍କୋର ରେକର୍ଡ କରିବା ପାଇଁ ସୈଫ ଜଏବଙ୍କ ୧୩୬ ରନ ପାର କରିଛନ୍ତି । ଏକ ଦିବସୀୟ କପରେ ଜଣେ ଭାରତୀୟ ସର୍ବାଧିକ ସ୍କୋର ପାଇଁ ଚେତେଶ୍ୱର ପୂଜାରାଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂଜାରା ୧୦୩ ବଲରେ ୧୫୦ରୁ ଊର୍ଦ୍ଧ୍ବ ସ୍କୋର୍ କରିଥିଲା ବେଳେ ପୃଥ୍ବୀ ତାଙ୍କୁ ଟପିଯାଇଛନ୍ତି।ନର୍ଥମଟନସେୟାର ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପୃଥ୍ଵୀ ଶ ଏବଂ ଏମିଲିୟୋ ମ୍ୟାଚ ଆରମ୍ଭ କରିଥିଲେ । କିନ୍ତୁ ଏମିଲିୟୋ ୧୧ ଓଭରରେ ଆଉଟ୍‌ ହୋଇଯାଇଥିଲେ । ପରେ ପୃଥ୍ଵୀ ଶ’ଙ୍କ ଦ୍ୱିଶତକ ବଳରେ ନର୍ଥମଟନସେୟାର ନିର୍ଦ୍ଧାରିତ ୫୦ ଓଭରରେ ୪୧୫/୮ ର ବିଶାଳ ସ୍କୋର କରିଥିଲା ।ସୂଚନାଯୋଗ୍ୟ, ଫେବୃଆରୀ ୧୫ ତାରିଖ ରାତିରେ ଏକ ପଞ୍ଚତାରକା ହୋଟେଲରେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁ ଡିନର କରି ଫେରିବା ସମୟରେ ଏହି ଘଟଣା ଘଟିଥିଲା। ସେ ଏଠାରୁ ବାହାରିବା ସମୟରେ ସପନା ଏବଂ ତାଙ୍କ ସାଙ୍ଗମାନେ ସେଲଫି ନେବାକୁ ଆସିଥିଲେ । କିଛି ଫଟୋ ଉଠାଇବା ପରେ ସେମାନେ ଯିବାକୁ ବାହାରିବା ସମୟରେ ସପନା ଏବଂ ତାଙ୍କ ବନ୍ଧୁ ଆଉ ଫଟୋ ଉଠାଇବାକୁ ଜିଦି କରିଥିଲେ । କିନ୍ତୁ ପୃଥ୍ଵୀ ଏବଂ ତାଙ୍କ ବନ୍ଧୁ ମନା କରିଦେଇଥିଲେ । ଆଉ ସେମାନେ କିଛି ଦୂର କାରରେ ଯିବା ପରେ ସପନା ଏବଂ ତାଙ୍କ ସାଙ୍ଗମାନେ ପୃଥ୍ଵୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button