ଅପରାଧ

ପୁଅକୁ ହତ୍ୟା କରି ଥାନାରେ ଆତ୍ମସର୍ମପଣ କଲା ପିଶାଚ ବାପା – Ibnodisha

[ad_1]

ନବରଙ୍ଗପୁର : ସମାଜର ସବୁ ଝଡ଼ଝଞ୍ଜାରୁ ନିଜ ପିଲାଙ୍କୁ ରକ୍ଷା କରିବା ନିମନ୍ତେ ସବୁବେଳେ ପାଚେରି ପରି ଛିଡ଼ା ହୋଇଥାଏ ବାପା। ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ୟୁଭି-୧୨ ଖାଣ୍ଡା ଗାଁରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ। ବାପା ନାମରେ କଳଙ୍କ ଜଣେ ବ୍ୟକ୍ତି ନିଜ ପୁଅକୁ ମଦ ନିଶାରେ ଆସି କୋଦାଳରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତ ବାପା ବିପୁଲ ରାୟ ଥାନାରେ ଆତ୍ମସମର୍ପଣ କରିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସମୀରନ ରାୟ।

ଗତକାଲି ବିଳମ୍ବିତ ରାତିରେ ବିପୁଲ ମଦ ପିଇ ଘରକୁ ଫେରିଥିଲେ। ଏହି ସମୟରେ କୌଣସି କଥାକୁ ନେଇ ସମୀରନ ସହ ବିପୁଲଙ୍କର ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ବିପୁଲ ଉତ୍‌କ୍ଷିପ୍ତ ହୋଇ ଏକ କୋଦାଳ ଆଣି ନିଜ ପୁଅ ହାଣି ହତ୍ୟା କରିଥିଲା। ଘଟଣାସ୍ଥଳରେ ସମୀରନଙ୍କର ମୃତ୍ୟୁ ଘଟିଥିଲା।

ପୁଅର ମୃତ୍ୟୁ ପରେ ବାପା ବିପୁଲ ରାୟ ଉମରକୋଟ ଥାନାରେ ଆତ୍ମସମର୍ପଣ କରିଥିଲା। ତେବେ କେଉଁ କାରଣ ପାଇଁ ବିପୁଲ ନିଜ ପୁଅକୁ କୋଦାଳରେ ହାଣି ହତ୍ୟା କଲା ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।  ଭେଣ୍ଡିଆ ପୁଅକୁ ହରାଇ ମା’ କାନ୍ଦିକାନ୍ଦି ଗଡ଼ିଯାଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button