ଅପରାଧ

ପାରିବାରିକ କଳହର କରୁଣ ପରିଣତି ; ମଧ୍ୟସ୍ଥି ସାଜିଥିବା ବ୍ୟକ୍ତିଙ୍କୁ ମାରିଦେଲା ସ୍ୱାମୀ – Ibnodisha

[ad_1]

ତାମିଲନାଡ଼ୁ : ପତି-ପତ୍ନୀଙ୍କ ମଧ୍ୟରେ ଯୁକ୍ତତର୍କ ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା। ଏହି କଳହ ଧୀରେ ଧୀରେ ବାହାରକୁ ବ୍ୟାପିବାରୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ମଧ୍ୟସ୍ଥ ସାଜିଲେ। ମାତ୍ର କଳହ ଏତେ ଉଗ୍ର ରୂପ ଧାରଣ କଲା ଯେ, ଏହାର ଶିକାର ହେଲେ ବିଚରା ମଧ୍ୟସ୍ଥଜଣକ । ପତ୍ନୀଙ୍କ ଉପରେ ଥିବା ରାଗ ଶୁଝାଇବାକୁ ଯାଇ ବ୍ୟକ୍ତିଜଣକ ମଧ୍ୟସ୍ଥଙ୍କୁ ଆକ୍ରମଣ କଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ମଧ୍ୟସ୍ଥଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ପଛାଇ ନାହାନ୍ତି। ଏପରି ଏକ ଅଭାବନୀୟ ଘଟଣା ତାମିଲନାଡ଼ୁରେ ଘଟିଛି।ପୁଲିସ୍‌ ସୂଚନା ଅନୁଯାୟୀ, ଏକ ଜମି ବିକ୍ରିକୁ ନେଇ ୫୯ ବର୍ଷୀୟ ରାଧାକ୍ରିଷ୍ଣନ ଓ ତାଙ୍କ ୪୮ ବର୍ଷୀୟ ପତ୍ନୀ ସରସ୍ୱତୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କଲା। ରାଧାକ୍ରିଷ୍ଣନଙ୍କ ଜାଗାରେ ଏକ ଚିକେନ କାଉଣ୍ଟର କରିଥିବା ଶିବକୁମାର ନାମକ ଯୁବକ ଏହା ଶୁଣି ଏହି ଝଗଡ଼ା ପ୍ରଶମନ କରିବାକୁ ଘଟଣାସ୍ଥଳକୁ ଯାଇଥିଲେ। ମାତ୍ର ଝଗଡ଼ା ଏତେ ଉଗ୍ର ରୂପ ଧାରଣ କରି ସାରିଥିଲା ଯେ, ନିଜ ହିତାହିତ ଜ୍ଞାନ ହରାଇ ବସିଥିବା ରାଧାକ୍ରିଷ୍ଣନ ପାଖରେ ଥିବା ଏକ ଦା’ ସାହାଯ୍ୟରେ ଶିବକୁମାରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ରକ୍ତାକ୍ତ ହୋଇଥିବା ଶିବକୁମାର ଉକ୍ତ ଦା’କୁ ଛଡ଼ାଇ ଆଣି ରାଧାକ୍ରିଷ୍ଣନଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରାଧାକ୍ରିଷ୍ଣନଙ୍କ ମୃତ୍ୟୁ ହୋଇଛି।ଖବର ପାଇ ପୁଲିସ୍‌ ପହଞ୍ଚି ଶିବ କୁମାରଙ୍କୁ ଗିରଫ କରିଛି। ପୁଲିସ୍‌ ଏହି ମାମଲାର ତଦନ୍ତ କରୁଛି।

The post ପାରିବାରିକ କଳହର କରୁଣ ପରିଣତି ; ମଧ୍ୟସ୍ଥି ସାଜିଥିବା ବ୍ୟକ୍ତିଙ୍କୁ ମାରିଦେଲା ସ୍ୱାମୀ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button