ଦେଶ

ଭୟଙ୍କର ଦୁର୍ଘଟଣା: ହଠାତ୍ ଟ୍ରାକ୍ ଛାଡ଼ି ପ୍ଲାଟଫର୍ମ ଉପରକୁ ଚଢିଗଲା ଟ୍ରେନ୍ – Ibnodisha

[ad_1]

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମଥୁରା ଜଙ୍କସନଠାରେ ମଙ୍ଗଳବାର ରାତିରେ ଘଟିଛି ଏକ ଟ୍ରେନ୍ ଦୁର୍ଘଟଣା । ଦ୍ରୃତ ଗତିରେ ଆସୁଥିବା ଶକୁରବସ୍ତି-ମଥୁରା ଇଏମୟୁ ଟ୍ରେନ୍  ହଠାତ୍ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା । ଏଥିରେ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନାହିଁ ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଶକୁରବସ୍ତିରୁ ଆସୁଥିବା ଇଏମୟୁ ଟ୍ରେନ୍  ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ପ୍ଲାଟଫର୍ମ ନମ୍ବର ୨ରେ ଅଟକି ଥିଲା। ଏହାପରେ ହଠାତ୍ ଟ୍ରେନ୍ ଟି ଦ୍ରୁତ ଗତିରେ ଚାଲିବା ପରେ ପ୍ଲାଟଫର୍ମ ଭାଙ୍ଗି ଉପରକୁ ଚଢିଯାଇଥିଲା । କୁହାଯାଉଛି ଯେ, ଯାତ୍ରୀମାନଙ୍କୁ ଓହ୍ଲାଇବା ପରେ ଡ୍ରାଇଭର ଟ୍ରେନକୁ ପାର୍କିଂ କରିବା ପାଇଁ ଆଗକୁ ନେଇଥିଲେ। କିନ୍ତୁ ହଠାତ୍ ଟ୍ରେନ୍ ର ଗତି ବଢି ଯିବାରୁ ଏପରି ଦୁର୍ଘଟଣା ଘଟିଛି । ଟ୍ରେନ୍ ସମ୍ମୁଖରେ OHE ଲାଇନର ଏକ ପୋଲ ଆସିବା ପରେ ଏହାସହ ମାଡ଼ ହୋଇ ଟ୍ରେନ୍ ଟି ଅଟକି ଯାଇଥିଲା । ଦୁର୍ଘଟଣା  ସମୟରେ ପ୍ରାୟ ୫ରୁ ୬ ଜଣ ଲୋକେ ପ୍ଲାଟଫର୍ମ ନିକଟରେ ଠିଆ ହୋଇଥିଲେ। ଟ୍ରେନର ଗତି ଦେଖି ସେମାନେ ତୁରନ୍ତ ସ୍ଥାନ ଛାଡ଼ି ଦୌଡ଼ି ପଳାଇଥିଲେ, କିନ୍ତୁ ଏହି ସମୟରେ ଟ୍ରେନକୁ ଅପେକ୍ଷା କରିଥିବା ଗିରାଜ ସିଂ ନାମକ ଜଣେ ଯାତ୍ରୀ ଏଥିରେ ସାମାନ୍ୟ ଆହତ ହୋଇଛନ୍ତି।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button