ରାଜ୍ୟ

ଗାଁରେ ଖୁଦୁରୁକୁଣୀ ପାଳିଲେ ଦୌଡ଼ରାଣୀ ଦୂତି ଚାନ୍ଦ – Ibnodisha

[ad_1]

ଯାଜପୁର :  ବାର ମାସରେ ତେର ପର୍ବ । ଏହି ପର୍ବ ମାନଙ୍କ ଭିତରେ ରାଜ୍ୟର ପୁରପଲ୍ଲୀରେ ଖୁଦୁରୁକୁଣୀ ତଥା ଭାଲୁକୁଣି ଓଷା କୁଆଁରୀ ମାନଙ୍କର ମୁଖ୍ୟପର୍ବ ଭାବେ ପରିଚିତ। ଭାଦ୍ରବମାସରେ ଏହି ଓଷାକୁ କୁଆଁରୀ ମାନେ ଓ ନବ ବିବାହିତା ମାନେ ପାଳନ କରିଥାନ୍ତି ।

ଏହି ଅବସରରେ ଦୌଡ଼ରାଣୀ ଦୂତି ଚାନ୍ଦ ପାଳନ କରିଥିଲେ ଖୁଦୁରୁକୁଣୀ ଓଷା। ଜନ୍ମମାଟି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ଚକଗୋପାଳପୁର ଗାଁ ଏନେଇ ଉତ୍ସବମୁଖର ହୋଇ ଉଠିଥିଲା। ଗ୍ରାମର ଚାନ୍ଦ ସାହି ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଖୁଦୁରୁକୁଣୀ ଉତ୍ସବକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ଦୂତି ଚାନ୍ଦଙ୍କ ଉଦ୍ୟମରେ ଦୀର୍ଘ ୮ବର୍ଷ ହେବ ଗାଁରେ ଏହି ଉତ୍ସବ ପାଳିତ ହୋଇଆସୁଛି। ଗାଁର ଝିଅ ବୋହୂ ମାନେ ସମସ୍ତେ ଏକାଠି ହୋଇ ଏହି ଉତ୍ସବକୁ ପାଳନ କରୁଛନ୍ତି।

ଖୁଦୁରୁକୁଣୀଙ୍କର ସୁନ୍ଦର ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ୩ଦିନ ଧରି ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିବା ବେଳେ ଏହାକୁ ଉପଭୋଗ କରିବାକୁ ଗୋପାଳପୁର ଗାଁ ସମେତ ଆଖ ପାଖ ପଞ୍ଚାୟତରୁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଗତକାଲି ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବରୀ ବିଧାୟିକା ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ ଜଗତର ବହୁ ପ୍ରତିଷ୍ଠିତ କଳାକାର ମାନେ ଯୋଗଦେଇଥିଲେ। ନାୟିକା ବର୍ଷା ପ୍ରିୟଦର୍ଶିନୀ, ବି. ଏମ ବୈଶାଳୀ, ନାୟକ ଶୁଭ୍ରାଂଶୁ ନାୟକ, ସମାଜସେବୀ ସରୋଜ ପ୍ରଧାନ, ପ୍ରଥମାଖଣ୍ଡ ପଞ୍ଚାୟତ ସରପଞ୍ଚ ଦୁର୍ଗା ଦାସ ପ୍ରମୁଖ ଯୋଗଦେଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button