ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ – Ibnodisha

[ad_1]

ଗଜପତି : ସୋମବାର ଦିନ ପାରଳାଖେମୁଣ୍ଡି ନିକଟସ୍ଥ ବାବା ଫିଲିଂ ଷ୍ଟେସନ୍ର ଏକ ଡିଜେଲ ବିତରଣ ଗାଡ଼ି ମଣ୍ଡଳ ସାହି, ଜିରାଙ୍ଗ ଆଦି ଗ୍ରାମରେ ଡିଜେଲ ବିକ୍ରି କରି ସାରିବା ପରେ ତାଳମୁଣ୍ଡ ଦେଇ ରାୟଗଡ଼ ଆସୁଥିବା ବେଳେ ରେଗିଡ଼ିସିଂ ଗ୍ରାମ ନିକଟ ଘାଟିରେ ଭାରସାମ୍ଯ ହରାଇ ପ୍ରାୟ ତିରିଶ ଫୁଟ ତଳକୁ ଖସି ପଡିଥିଲା । ସେଥିରେ ଥିବା ଡ୍ରାଇଭର ସେରଙ୍ଗ ଥାନା ଅନ୍ତର୍ଗତ ରୋଲଇ ଜଙ୍ଗ ଗ୍ରାମର ସିମେଇ ରଇତ ଓ ହେଲପର ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଅଣ୍ଡରସିଂ ଗ୍ରାମର ମନୋଜ ଭୂୟାଁଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଉଥିବା ସମୟରେ ହେଲପରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଘଟଣା ସ୍ଥଳରେ ରାୟଗଡ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ l ରାୟଗଡ଼ ପୋଲିସ କେସ୍ ନଂ ୧୩/୨୪ ରେ ଏକ ମାମଲା ରୁଜୁ କରି ମୃତ ଦେହକୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ଏସ୍ ଆଇ ନିରଂଜନ ପାଣିଗ୍ରାହୀ କହିଛନ୍ତି l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button