ଦେଶ

ଭାରତକୁ ଚୀନର ନାଲି ଆଖି; ସୀମାରେ ସୈନ୍ୟ ମୁତୟନ କଲେ ଉତ୍ତେଜନା ଥମିବନି – Ibnodisha

[ad_1]

ବେଜିଂ: ଭାରତ ଓ ଚୀନ ମଧ୍ୟରେ ଲାଗି ରହିଛି ସୀମା ବିବାଦ । ଦୁଇ ଦେଶର କୁଟନୈତିକ ବିବାଦ ମଧ୍ୟରେ ଚୀନ ଭାରତକୁ ନାଲି ଆଖି ଦେଖାଇଛି । ସୀମାରେ ଅଧିକ ସୈନ୍ୟ ମୁତୟନ କରିବା ଦ୍ବାରା ଉତ୍ତେଜନା ଦୂର ହେବ ନାହିଁ, ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିବଦ୍ଧ ହେବା ଆବଶ୍ୟକ ବୋଲି କହିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ।ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, “ସୀମାରେ ସୈନ୍ୟ ନିୟୋଜିତ କରିବା ଦୁଇ ଦେଶ ପାଇଁ ପ୍ରତିକୂଳ । କିନ୍ତୁ ଭାରତର ଶାନ୍ତି ବଜାୟ ରଖିବାରେ ଏହା ସହାୟକ ହେବ ନାହିଁ । ଚୀନ୍ ସୀମାରେ ଭାରତ ୧୦,୦୦୦ ନୂତନ ସୈନ୍ୟ ମୁତୟନ କରିଛି । ଭାରତର ଏପରି କାର୍ଯ୍ୟକଳାପ ସୀମାରେ ଶାନ୍ତି ପାଇଁ ଅନୁକୂଳ ନୁହେଁ । ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଚୀନ୍ ସର୍ବଦା ପ୍ରତିବଦ୍ଧ । ଶାନ୍ତି ପାଇଁ ଭାରତର ଏହି ପଦକ୍ଷେପ ଅନୁକୂଳ ନୁହେଁ ।” ତେବେ ସୀମା ଅଞ୍ଚଳରେ ଉତ୍ତେଜନାକୁ ହ୍ରାସ କରିବାରେ ଚୀନ୍ ଏବଂ ଭାରତ ମଧ୍ୟରେ ବୈଠକ ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନି ।

ସୂଚନା ଥାଉ, ୨୦୨୦ ଜୁନ ୧୫ ତାରିଖରେ ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ ଉପତ୍ୟକାରେ ସଂଘର୍ଷ ହୋଇଥିଲା । ଏହାପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେବେଠାରୁ ସୀମାରେ ଲାଗି ରହିଛି ଅଶାନ୍ତି । ଦୁଇ ଦେଶ ପକ୍ଷରୁ ବାରମ୍ବାର ସୈନ୍ୟ ମୁତୟନ କରାଯାଉଛି । ଶାନ୍ତି ଫେରାଇ ଆଣିବା ପାଇଁ ଅନେକ ଥର ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ଶେଷଥର ପାଇଁ ଫେବୃଆରୀ ମାସରେ ୨୧ତମ କମାଣ୍ଡରସ୍ତରୀୟ ବୈଠକ କରିଥିଲେ ଦୁଇ ଦେଶ । ପୂର୍ବ ଲଦାଖରେ ଥିବା ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ ରେ ଥିବା ତିକ୍ତତାକୁ ଦୂର କରିବା ପାଇଁ ଏହି ବୈଠକ ବସିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି । ୧୯ ଫେବୃଆରୀ ୨୦୨୪ରେ ଚୁସୁଲ-ମୋଲଡୋ ବର୍ଡରରେ ଭାରତ-ଚୀନ୍ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ଆଲୋଚନା ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button