ଦେଶ

ଗୋଟିଏ ମୂଷାକୁ ଧରିବାକୁ ୪୧ ହଜାର ଟଙ୍କା ଖର୍ଚ୍ଚ କରିଛି ରେଳ ମନ୍ତ୍ରାଳୟ – Ibnodisha

[ad_1]

୧୬୮ଟି ମୂଷାକୁ ଧରିବାକୁ ଖର୍ଚ୍ଚ ହେଲା ୭୦ ଲକ୍ଷ ଟଙ୍କା

ଲଖନଉ: ୧୬୮ଟି ମୂଷାକୁ ଧରିବାକୁ ରେଳ ମନ୍ତ୍ରାଳୟ ଖର୍ଚ୍ଚ କରିଦେଲା ପ୍ରାୟ ୭୦ ଲକ୍ଷ ଟଙ୍କା | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ରେଳ ମନ୍ତ୍ରାଳୟର ଲଖନଉ ଡିଭିଜନର ଏହି ଖର୍ଚ୍ଚକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି | ରେଳବାଇ ୧୬୮ଟି ମୂଷାକୁ ଧରିବା ପାଇଁ ୬୯.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ସୂଚନା ଅଧିକାରରୁ ମିଳିଥିବା ତଥ୍ୟ ମୁତାବକ ଉତ୍ତର ରେଳବାଇର ଲଖନଉ ଡିଭିଜନ ମୂଷାଙ୍କୁ ଧରିବା ପାଇଁ ୨୦୨୦-୨୦୨୨ ମସିହାରେ ଏହି ଟଙ୍କା ଖର୍ଚ୍ଚ କରିଛି।

ଅର୍ଥାତ ଗୋଟିଏ ମୂଷାକୁ ଧରିବା ପାଇଁ ପ୍ରାୟ ୪୧୦୦୦ ଟଙ୍କା ଖର୍ଚ୍ଚ କରାଯାଇଛି । ରିପୋର୍ଟ ଅନୁଯାୟୀ ଚନ୍ଦ୍ରଶେଖର ଗୌଡ଼ ନାମକ ସୂଚନା ଅଧିକାର କର୍ମୀ ଉତ୍ତର ରେଳବାଇକୁ ପ୍ରଶ୍ନ ପଚାରିଥିଲେ ଯେ ମୂଷା ସମସ୍ୟାର ସମାଧାନ ପାଇଁ ରେଳବାଇ କେତେ ଟଙ୍କା ଖର୍ଚ୍ଚ କରିଛି | ଚନ୍ଦ୍ରଶେଖର ମଧ୍ୟପ୍ରଦେଶର ନେମୁଚ ଜିଲ୍ଲାର ବାସିନ୍ଦା।

ତାଙ୍କୁ ମିଳିଥିବା ତଥ୍ୟ ଦର୍ଶାଏ ଯେ ପ୍ରତିବର୍ଷ ହାରାହାରି ୨୩.୨ ଲକ୍ଷ ଟଙ୍କା ମୂଷା ଧରିବା ପାଇଁ ଖର୍ଚ୍ଚ ହୋଇଛି। ତେବେ ମୂଷାଙ୍କ ଦ୍ୱାରା ନଷ୍ଟ ହୋଇଥିବା ସାମଗ୍ରୀଗୁଡିକର ବିବରଣୀ ଉପଲବ୍ଧ ନାହିଁ। ଉଲ୍ଲେଖ ଥାଉ କି କିଛି ବର୍ଷ ପୂର୍ବେ ପଶ୍ଚିମ ରେଳପଥ ୩ବର୍ଷରେ ମୂଷା ମାରିବା ପାଇଁ ୧.୫୨କୋଟି ଟଙ୍କା ଖର୍ଚ୍ଚ କରିଥିଲା |



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button