ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି ଟେଣ୍ଡର ଫିକ୍ସିଂ- କଂଗ୍ରେସ – Ibnodisha

[ad_1]

– ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପରେ ହୋଇଛି ୯୮ କୋଟିର ପିସି କାରବାର
– ମେଗା ପାଇପ ୱାଟର ସପ୍ଳାୟି ନାଁ କୁ ସ୍କିମ ସ୍କାମ ବେଶି
ଭୁବନେଶ୍ୱର – ପାଇପଯୋଗେ ଜଳଯୋଗାଣ ପ୍ରକଳ୍ପରେ କେବଳ ଅନିୟମିତତା ନୁହେଁ ବରଂ ଫିକ୍ସିଂ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଜାଣତରେ କୋଟି କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ହୋଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଟେଣ୍ଡର ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପରିବର୍ତେ ଏଭଳି ଜଟିଳ କରାଯାଉଛି ଯାହା ଅଣ ଓଡ଼ିଆ ଠିକାଦାର କମ୍ପାନୀମାନଙ୍କୁ ଏହା ସୁହାଉଛି । ଓଡିଶା ଠିକାଦାରଙ୍କ ପାଇଁ ଓଡ଼ିଶାରେ କାମ ନାହିଁ ଅଥଚ ଅଣ ଓଡ଼ିଆ ଠିକାଦାରଙ୍କ ପାଇଁ ରାଜ୍ୟ ସରକାରଙ୍କର ଏତେ ଅନୁକମ୍ପା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଆରଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ ଗ୍ରାମାଚଂଳରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟସ୍ଥାରେ ଏକ ବିଚିତ୍ର ଟେଣ୍ଡର ପ୍ରକ୍ରିୟା ସାମନାକୁ ଆସିଛି । ୫ଟି ଅଲଗା ଅଲଗା ଜିଲ୍ଲାରେ ଛୋଟିଆ ଛୋଟିଆ କାମକୁ ଗୋଟିଏ ଟେଣ୍ଡର କରି ଏକ ନିର୍ଦ୍ଦିଷ୍ଟ ଅଣଓଡ଼ିଆ ଠିକାଦାର କମ୍ପାନୀକୁ ଦେଇ ଦିଆଯାଇଛି । ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ, ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ, କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ, ଝୁମ୍ପୁରା ଏବଂ କେନ୍ଦୁଝର ବ୍ଲକ, ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ, ବଲାଙ୍ଗିର ଜିଲ୍ଲା ସଇଁତଳା ଏବଂ ଟିଟିଲାଗଡ଼ ବ୍ଲକରେ ପାଣି ପାଇପ ବିଛାଇବା କାର୍ଯ୍ୟକୁ ଲାରସନ ଟୁବ୍ରୋ ନାମକ ଏକ ଚେନ୍ନାଇ କମ୍ପାନୀକୁ ୧୯.୧୦% ଅଧିକ ମୂଲ୍ୟରେ ୩୨୭ କୋଟି ୩୦ ଲକ୍ଷ ଟଙ୍କାରେ ଦିଆଯାଇଛି । ଏହି ସମୁଦାୟ ପ୍ରକଳ୍ପ କାର୍ଯ୍ୟର ନିର୍ଦ୍ଧାରିତ ମୂଲ୍ୟ ୨୭୪ କୋଟି ୮୧ଲକ୍ଷ ଟଙ୍କା ହୋଇଥିବା ବେଳେ ଲାସନ ଟୁବ୍ରୋ କମ୍ପାନୀକୁ ୩୨୭ କୋଟି ୩୦ ଲକ୍ଷ ଟଙ୍କା ଯାହାକି ଅଧିକ ମୂଲ୍ୟରେ କାର୍ଯ୍ୟାଦେଶ ଦିଆଯିବା କାହା ସ୍ୱାର୍ଥରେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଏହି ପ୍ରକଳ୍ପ ୨୦୧୪ ରୁ ଆରମ୍ଭ ହୋଇ ୨୦୧୮ ମସିହାରେ ଶେଷ ହେବା କଥା କିନ୍ତୁ ବର୍ତମାନ ସୁଦ୍ଧା କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ । ଅଣ ଓଡ଼ିଆ ଠିକାଦାରଙ୍କ ପ୍ରତି ରାଜ୍ୟ ସରକାରଙ୍କ ପ୍ରୀତି ଏତେ ଅଧିକ ଯେ ତାଙ୍କ ପାଇଁ ଲଗାତର କାର୍ଯ୍ୟସାରିବାର ଅବଧି ବୃଦ୍ଧି କରିଚାଲିଛନ୍ତି ସରକାର । ଯାହାଫଳରେ ପ୍ରକଳ୍ପର ମୂଲ୍ୟ ୩୭୩ କୋଟି ୨୮ଲକ୍ଷ ୯୪ ହଜାର ୬୨୧ ଟଙ୍କାକୁ ବୃଦ୍ଧି କରାଯାଇଛି । ଯଦି ୫ଟି ଜିଲ୍ଲାର ୫ଟି ପ୍ରକଳ୍ପକୁ ଅଲଗା ଅଲଗା ଟେଣ୍ଡର ମାଧ୍ୟମରେ ଦିଆଯାଇଥାନ୍ତା ତାହାହେଲେ ଓଡ଼ିଆ ଠିକାଦାର କାର୍ଯ୍ୟାଦେଶ ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତେ ଓ ସେମାନେ ଏହି କାର୍ଯ୍ୟକୁ ସୂଚାରୁରୂପେ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିପାରିଥାନ୍ତେ । ସରକାର ସେ କଥା ନକରି ଜାଣିସୁଣି ୫ଟି ଜିଲ୍ଲାର କାର୍ଯ୍ୟକୁ ଗୋଟିଏ ଟେଣ୍ଡର କଲେ ଫଳରେ ଅଣଓଡ଼ିଆ ଠିକାଦାର କମ୍ପାନୀ ଏଥିରେ ଉପକୃତ ହେଲେ । ରାଜ୍ୟ ସରକାରଙ୍କ ଏତାଦୃଶ କାର୍ଯ୍ୟକଳାପ ପାଇଁ କେବଳ ଓଡ଼ିଆ ଠିକାଦାର ପ୍ରକଳ୍କ କାର୍ଯ୍ୟରୁ ବଂଚିତ ହେଲେ ନାହିଁ ବରଂ ଅଧିକା ୧୯.୧୦% ସରକାରୀ ଟଙ୍କା ରାଜ୍ୟ ରାଜକୋଷରୁ ସିଧାସଳଖ ଠିକାଦାରଙ୍କ ପକେଟକୁ ଚାଲିଗଲା । ଏଥିପାଇଁ ଦାୟୀ କିଏ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଅପରପକ୍ଷେ ପ୍ରୋଜେକ୍ଟକୁ ନିର୍ଦ୍ଧାରିତ ସମୟ ୨୦୧୮ ମସିହା ଭିତରେ ନସାରିବା ଫଳରେ ଆଉ ଅଧିକ ୫୦ କୋଟି ଟଙ୍କା ରାଜ୍ୟ ରାଜକୋଷ ଉପରେ ଭାରି ପଡ଼ିଛି । ରାଜ୍ୟ ସରକାର ଜାଣିସୁଣି ଗୋଟିଏ ପ୍ରକଳ୍ପ ପାଇଁ ୯୮ କୋଟି ୪୭ ଲକ୍ଷ ୯୪ ହଜାର ୬୨୧ କୋଟି ଟଙ୍କା ପିସି ଆକାରରେ ହଡ଼ପ କରିଛନ୍ତି । ସରକାର ଏ ସମ୍ପର୍କରେ ନୀରବତା ଅବଲମ୍ବନ ନକରି ରାଜ୍ୟବାସୀଙ୍କୁ ଜବାବ ଦେବାକୁ କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଛି । ରାଜ୍ୟ ସରକାର ୩୫ ହଜାର କୋଟି ଟଙ୍କାର ଟେଣ୍ଡର ମଧ୍ୟରୁ ୩୪ ହଜାର କୋଟି ଟଙ୍କାର ଟେଣ୍ଡର ଅଣଓଡ଼ିଆ ଠିକାଦାରଙ୍କୁ ଟେକି ଦିଆଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ରାଜକୋଷରୁ ରାଜସ୍ୱହାନି ହେଉଛି କିନ୍ତୁ ଅଣଓଡ଼ିଆ ଓ ବିିଜେଡ଼ି ସରକାର ମାଲେମାଲ ହେଉଛନ୍ତି ଯାହାର ଜବାବ ୨୦୨୪ ନିର୍ବାଚନରେ ସାଧାରଣ ଲୋକ ନିଶ୍ଚିତ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଦାଶରଥି ଗମାଙ୍ଗୋ, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button