ରାଜନୀତି

ବିଧାନସଭା ବଜେଟ୍ ଅଧିବେଶନର ସପ୍ତମ ଦିନ: ଶୂନ୍ୟକାଳରେ ଉଠିବ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ

ଆଜି ବିଧାନସଭା ବଜେଟ୍ ଅଧିବେଶନର ସପ୍ତମ ଦିନ। ପଞ୍ଚାୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ , ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ , ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ପ୍ରଶ୍ନକାଳ ରହିଛି। ବିଧାୟକମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ମଧ୍ୟ ପଚାରିପାରିବେ।

ତେବେ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ କଂଗ୍ରେସ ସ୍ଵାଧିକାର ଭଙ୍ଗ ନୋଟିସ୍ ଆଣି ଗୃହରେ ସୋମବାର ହଟ୍ଟଗୋଳ କରିଥିବାରୁ ଆଜି(ମଙ୍ଗଳବାର) ଦଳର ଆଭିମୁଖ୍ୟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ୨୦୨୪ ୨୫ ଆର୍ଥିକ ବଜେଟ୍ ଉପରେ ପୁର୍ନବାର ସାଧାରଣ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖା ଅନୁଦାନ ପାରିତ କରିବା ପାଇଁ ଗୃହର ସହଯୋଗ ଲୋଡିବେ। ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ। ଶୂନ୍ୟକାଳରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଗୃହରେ ଉଠିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button