ରାଜନୀତି

ମନ୍ତ୍ରୀମଣ୍ଡଳ କାହାଦ୍ୱାରା ପରିଚାଳିତ?: ନରସିଂହ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟର ମନ୍ତ୍ରୀମଣ୍ଡଳ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳ ସଦଶ୍ୟ ବୃନ୍ଦ ଯେତେବେଳେ ମହାତ୍ମା ଗାନ୍ଧିଙ୍କର ତିନୋଟି ମାଙ୍କଡ଼ ହୁଅନ୍ତି, କିଛି କୁହନ୍ତି ନାହିଁ କିଛି ଦେଖନ୍ତି ନାହିଁ କିଛି ଶୁଣନ୍ତି ନାହିଁ ତେବେ ସେ ସମୟରେ ସରକାର କେମିତି ଚାଲିଥିବ ଆପଣ ମାନେ ବୁଝିଦେଖନ୍ତୁ | ଦୁର୍ଭାଗ୍ୟ ଏ ରାଜ୍ୟର ଗୋଟେ ଆଇନ ପ୍ରଣୟନ କରିବା ପାଇଁ କିମ୍ବା କ୍ୟାବିନେଟରେ ଯେକୌଣସି ନିଷ୍ପତି ନେବାପାଇଁ ଯେଉଁ ପ୍ରଣାଳି ଅଛି ସେହି କୌଶଳ/ପ୍ରଣଳି ବବଦରେ ଜାଣନ୍ତି ନାହିଁ କିମ୍ବା ତାକୁ ଅନୁସରଣ କରନ୍ତି ନାହିଁ । ଧରନ୍ତୁ ଆଦିବାସୀ ସମ୍ପର୍କରେ ଯେଉଁ ଆଇନର ପରିବର୍ତ୍ତନ କରିବା ପାଇଁ ଓଡିଶା କ୍ୟାବିନେଟ ନିଷ୍ପତି ନେଲା ତାକୁ କିଏ ଆରମ୍ଭ କରିବା କଥା ତାହାକୁ ରାଜସ୍ୱ ବିଭାଗ ଆରମ୍ଭ କରିବା କଥା । ହେଲେ ଓଡିଶାର ଦୁର୍ଭାଗ୍ୟ କଣ କ୍ୟାବିନେଟର ପ୍ରସ୍ତାବ ଅଛି ଯାହାକି ମନ୍ତ୍ରୀଙ୍କ ପାଖରେ ପହଞ୍ଚେ ନାହିଁ ଓ ସେମାନେ ତାକୁ ପଢନ୍ତି ନାହିଁ । ପ୍ରସ୍ତାବ ଯାହାବି ଥାଉ ତାକୁ ବିନା ଦେଖି ସାରିଦିଅନ୍ତି ପରେ ତାଙ୍କୁ ପଚରିଲେ ମୁଁ ନିଶ୍ଚିନ୍ତ ଯେ ମନ୍ତ୍ରୀମାନଙ୍କ ପାଖରେ ଏହାର ଉତ୍ତର ନଥିବ । ତେବେ ମନ୍ତ୍ରୀମଣ୍ଡଳ କାହା ଦ୍ୱାରା ପରିଚାଳିତ? ସେମାନେ କଣ୍ଡେଇ ସଦୃଶ । କୌଣସି ଜଣେ ବ୍ୟକ୍ତିଙ୍କ କହିବା ଅନୁଯାଇ ସେମାନେ କାମ କରୁଛନ୍ତି । ସେଥିପାଇଁ ମନ୍ତ୍ରୀ ଅସହାୟ ପ୍ରକାଶ କରୁଛନ୍ତି ଏବଂ ନିଜେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ କ୍ୟାବିନେଟ ନିଷ୍ପତି ଯେମିତି ରୂପ ନେବା କଥା ସେମିତି ନେଇନାହିଁ । ତେବେ ସେଥିପାଇଁ କିଏ ଉତ୍ତରଦାୟୀ ? ତେବେ ମୋର ସେ ମନ୍ତ୍ରୀ ମାନଙ୍କୁ ଏହି ପ୍ରଶ୍ନ ଯେ କେତେବେଳେ ଆପଣ ଜାଣିଲେ ଯେ ଆପଣ ଯାହା ଚାହୁଁଥିଲେ ତାହା ଲେଖା ହୋଇନାହିଁ ବୋଲି । ମୁଖ୍ୟମନ୍ତ୍ରୀ କିଏ କ୍ୟାବିନେଟ ବନ୍ଦ କରିବାକୁ ? ମୁଖ୍ୟମନ୍ତ୍ରୀ ମଧ୍ୟ କ୍ୟାବିନେଟ ନିଷ୍ପତିକୁ ବନ୍ଦ କରିପରିବେ ନାହିଁ । ଯଦି ସେ ପ୍ରତୀକ୍ଷା କରିବେ କ୍ୟାବିନେଟ ନିଷ୍ପତିକୁ ତେବେ ତାଙ୍କୁ ଲିଖିତ ଆକାରରେ ମାଗିବାକୁ ପଡିବ । ଏହାର ଜବାବ ବିଧାନସଭାରେ ମାଗିକାକୁ ହେବ ଏବଂ ସେ ମନ୍ତ୍ରୀ ଦେବା ପାଇଁ ମଧ୍ୟ ବାଧ୍ୟ । ଏ ରାଜ୍ୟ ଗୁମାସ୍ଥାଙ୍କ ଦ୍ୱାରା ଚାଲିଛି । ଯେଉଁ ମାନଙ୍କର ଆଇନ ବାବଦରେ ଜ୍ଞାନ ନାହିଁ ଏବଂ ଗୋଟିଏ ଆଇନ ପାସ୍ ହେଲେ ତାହାର ପ୍ରତିକ୍ରିୟା କଣ ହେବ ଲୋକଙ୍କ ମଧ୍ୟରେ, ଆଦିବାସୀ ମାନଙ୍କ ମଧ୍ୟରେ ତାଙ୍କୁ ତାହା ଜଣା ନାହିଁ । ଯେତୋବେଳେ ପ୍ରତିକ୍ରିୟା ହେଲା ସେମାନେ ବିକଳରେ ଯାହାନାହିଁ ତାହା କହିଦେଉଛନ୍ତି । ସେଥିପଇଁ ସରକାର ଚାହୁଁନାହିଁ ବିଧାନସଭା ଚାଲୁ । ଯେଉଁ ମୂହୁର୍ତ୍ତରେ ସରକାର ଚାହିଁବ ବିଧାନସଭ ଚାଲୁ ସେଇ ମୂହୁର୍ତ୍ତରୁ ବିଧାନସଭ ଚାଲିବ । ସେ କଣ କହୁଛନ୍ତି ଶସ୍ତା ରାଜନୀତି କରୁଛନ୍ତି , ରାଜନୀତି ତ ସେମାନେ କରୁଛନ୍ତି । ସେମାନେ ତ କହୁନାହାଁନ୍ତି ଆସନ୍ତୁ ଆଲୋଚନା କରିବା । ସର୍ବଦଳୀୟ ବୈଠକରେ କାହିଁକି ଏ ବିଷୟରେ ଆଲୋଚନା ହେଲା ନାହିଁ । ମନ୍ତ୍ରୀ କଣ କହୁଛନ୍ତି ସେ ନିଜେ ଜାଣୁ ନାହାଁନ୍ତି , ଯାହା କହୁଛନ୍ତି ତାର ଅର୍ଥ ସେ ବୁଝୁଛନ୍ତି କି ନାହିଁ ତାହା ମୋର ସନେ୍ଦହ । ସରକାରଙ୍କ ଜ୍ଞାନ ଉଦୟ ହେଉ,ବହୁ ମୂଲ୍ୟ ଆମର ନଷ୍ଟ ହେଉଛି ଏବଂ ଏଥିପାଇଁ ମୁଁ ସରକାରଙ୍କୁ ଦାୟୀ କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button