ଦେଶ

ସୂର୍ଯ୍ୟ ମୁହାଁ ‘ଆଦିତ୍ୟ ଏଲ-୧’ – Ibnodisha

[ad_1]

ଆନ୍ଦ୍ରପ୍ରଦେଶ : ଦେଶରେ ପ୍ରଥମ ସୂର୍ଯ୍ୟ ଅଭିଯାନ ; ଇତିହାସ ରଚିଲା ଇସ୍ରୋ | ଆଦିତ୍ୟ ମିଶନର ସଫଳ ଉତକ୍ଷେପଣ। ଏହି ସଫଳତା ସହ ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଇସ୍ରୋ। ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ୍ ପ୍ଯାଡରୁ ସଫଳତା ପୂର୍ବକ ଉତକ୍ଷେପଣ ହୋଇଛି ଆଦିତ୍ୟ-ଏଲୱାନ୍। ରକେଟ ପିଏସଏଲଭି-ସି୫୭ ମାଧ୍ୟମରେ ମହାକାଶକୁ ଯାଇଛି ଏହି ମହାକାଶଯାନ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ପୂର୍ବାହ୍ନ ୧୧ ଟା ୫୦ ମିନିଟରେ ଆଦିତ୍ୟ-ଏଲୱାନ୍ ଉତକ୍ଷେପଣ କରାଯାଇଛି।ଏହି ମିଶନ୍ ମାଧ୍ୟମରେ ଅନେକ ଲକ୍ଷ୍ୟ ରଖିଛି ଇସ୍ରୋ। ଚନ୍ଦ୍ରଯାନର ସଫଳ ଯାତ୍ରା ପରେ କିପରି ସୌର ମିଶନ ସଫଳ ହେବ ସେଥିପାଇଁ ବୈଜ୍ଞାନିକଙ୍କ ସମେତ ପୂରା ଦେଶବାସୀ ଆଶାବାଦୀ ଅଛନ୍ତି। ଉତକ୍ଷେପଣର ୧୨୭ ଦିନ ପରେ ଲକ୍ଷ୍ୟପଥରେ ପହଞ୍ଚିବ ଆଦିତ୍ୟ-ଏଲୱାନ୍। ଅର୍ଥାତ୍ ବୈଜ୍ଞାନିକମାନେ ଯେଉଁ ରହସ୍ୟ ଜାଣିବାକୁ ଆଶା ରଖିଛନ୍ତି ତାହା ଆଗାମୀ ଚାରି ମାସ ପରେ ଅର୍ଥାତ୍ ଜାନୁଆରୀରେ ପୂରା ହୋଇପାରିବ। ସୂର୍ଯ୍ୟଙ୍କ ଉପରେ ଅନୁସନ୍ଧାନ କ୍ଷେତ୍ରରେ ଏହା ହେଉଛି ଇସ୍ରୋର ପ୍ରଥମ ପଦକ୍ଷେପ। ଏହା ପୂର୍ବରୁ ଆମେରିକା ସ୍ପେଶ୍ ଏଜେନ୍ସି ନାସା, ୟୁରୋପିୟ ସ୍ପେସ୍ ଏଜେନ୍ସି ଏବଂ ଜର୍ମାନ ସ୍ପେଶ୍ ଏଜେନ୍ସି ଭଳି ଖୁବ୍ କମ୍ ମହାକାଶ ଅନୁସନ୍ଧାନ ସଂସ୍ଥାନ ଏହି ଅନୁସନ୍ଧାନ କରିଛନ୍ତି। ଏହି ମିଶନ ସଫଳ ହେଲେ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଇସ୍ରୋ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ। ଅଗଷ୍ଟରେ ମଧ୍ୟ ଇସ୍ରୋର ମୁନ୍ ମିଶନ୍ ସଫଳ ହୋଇଛି। ବର୍ତ୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରମାରେ ଅନେକ ରହସ୍ୟ ଭେଦୁଛି। ଚଳିତ ମାସ ଗଗନଯାନ ଉତକ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button