ମନୋରଞ୍ଜନ

କେବଳ ବୟସ ନୁହେଁ, ବୁଦ୍ଧି ବି ବଢ଼ିଛି; ବନ୍ଧୁତ୍ବ ଦିବସକୁ ଏପରି ପାଳିଲେ ରୁହାନିକା ଧୱନ – Ibnodisha

[ad_1]

ମୁମ୍ବାଇ: ଆପଣ ଯଦି ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ‘ୟେ ‌ହୈ ମହବତେ’ ଧାରାବାହିକ ଦେଖିଥିବେ ତ ରୁହି ଚରିତ୍ରକୁ କେବେ ବି ଭୁଲିପାରିବେ ନାହିଁ। ଧାରାବାହିକରେ ସେ ରମନ ଭଲ୍ଲା ଓ ଈଶିତା ଆୟରଙ୍କ ଝିଅ ଚରିତ୍ର ନିଭ‌ାଇ ସଭିଙ୍କ ମନ ଜିଣି ପାରିଥିଲେ। ଜଣେ ଶିଶୁ କଳାକାର ଭାବେ ସେ ଯେ ବେଶ୍‌ ସଫଳ ତାହା ଆପଣ ଅସ୍ବୀକାର କରିପାରିବେ ନାହିଁ। ତାଙ୍କୁ ଏବେ ମାତ୍ର ୧୫ ବର୍ଷ ବୟସ। ଏତେ କମ୍‌ ବୟସରେ ନିକଟ ଅତୀତରେ ସେ କୋଟି କୋଟି ଟଙ୍କାର ଏକ ଘର କିଣି  ଚର୍ଚ୍ଚାର ପରିସରକୁ ଆସିଥିଲେ।

ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରୁହାନିକା ଧୱନ, ତାହା ପୁଣି ତାଙ୍କର ଉଦାରତା ପାଇଁ। ‘ୟେ ‌ହୈ ମହବତେ’ ଫେମ୍‌ ରୁହାନିକା‌ କିିଛି ଦିବ୍ୟାଙ୍ଗ ପିଲାଙ୍କ ସହ ବନ୍ଧୁତ୍ବ ଦିବସ କାଟି ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କର ବନ୍ଧୁତ୍ବ ଦିବସ ବା ଫ୍ରେଣ୍ଡ୍‌ସିପ୍‌ ଡେ’କୁ ବେଶ୍‌ ସ୍ବତନ୍ତ୍ର ଭାବେ ପାଳନ କରିଛନ୍ତି।

ରବିବାର ସେ ତାଙ୍କ ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ଦିବ୍ୟାଙ୍ଗ ପିଲାମାନଙ୍କ ଗହଣକୁ ‌ଯାଇଥିଲେ। ସେଠାରେ ସେମାନଙ୍କ ସହ କେଟ୍‌ କାଟି, ଚକୋଲେଟ୍‌ ବାଣ୍ଟିବା ସହ ଫଟୋ ବି ଉଠ‌ାଇଥିଲେ।

ସେମାନେ ସମସ୍ତେ ମିଶି ମଜାଦାର୍‌ ଗୀତ‌ରେ ନୃତ୍ୟ ପରିବେଷଣ ବି କରିଥିଲେ। ପିଲାମାନଙ୍କ ସହ ଖେଳ ଖେଳିବା ସହ ଅନେକ ପ୍ରତିଯୋଗିତାର ଆୟୋଜନ କରି ‌ରୁହାନିକା ସେମାନଙ୍କ ସଂଧ୍ୟାକୁ ଆହୁରି ମଜାଦ‌ାର ବନାଇଥିଲେ। ସେହି ସ୍ବତନ୍ତ୍ର ମୁହୂର୍ତ୍ତର ଫଟୋକୁ ଇନ୍‌ଷ୍ଟାରେ ସେୟାର କରି ରୁହାନିକା ଲେଖିଛନ୍ତି, “ଏହି ସୁନ୍ଦର ଆତ୍ମାମାନଙ୍କ ସହିତ ବନ୍ଧୁତା ଦିବସ ପାଳନ କରିବାର ମିଳିଲା। ଖୁସି ବନ୍ଧୁତା ଦିନ।’’



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button