ରାଜ୍ୟ

ଭାରତ-ଚୀନ ସୀମାରେ କାର୍ଯ୍ୟରତ ଆଇଟିବିପି ଯବାନଙ୍କ ହୃଦ୍‌ଘାତରେ ମୃତ୍ୟୁ – Ibnodisha

[ad_1]

ଶୋକାକୁଳ ପରିବେଶ ମଧ୍ୟରେ ପୈତୃକ ଗ୍ରାମରେ ହେଲା ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ରାଇରଙ୍ଗପୁର/ବନେଇକଳା: ଭାରତ-ଚୀନ ସୀମା ସିକିମଠାରେ କାର୍ଯ୍ୟରତ ଜଣେ ଆଇଟିବିପି ଯବାନଙ୍କ ମୃତ୍ୟୁ ଘଟିଛି। ତେବେ ମୃତ ଯବାନଙ୍କୁ ଭାରତୀୟ ସେନା ଦ୍ବାରା ମୃତକଙ୍କ ପୈତୃକ ଗ୍ରାମ ଅଣାଯାଇଥିଲା। ସେଠାରେ ଶୋକାକୁଳ ପରିବେଶ ମଧ୍ୟରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ବିଶୋଇ ଥାନା ଅନ୍ତର୍ଗତ ବନେଇକଳା ଗ୍ରାମ ପଞ୍ଚାୟତର ଗୁଣ୍ଡୁରିଆ ଗ୍ରାମ ହେଉଛି ମୃତ ଯବାନ ରାଜୀବ ନାଏକଙ୍କ ପୈତୃକ ଗ୍ରାମ। ସେ ଥିଲେ ଗୋପାଳ ନାଏକର ପୁତ୍ର। ସେ ଇଣ୍ଡୋ ତିବ୍ବତ ସୈନ୍ୟ ବଳ ଭାରତ-ଚୀନ ସୀମା ସିକିମରେ କାର୍ଯ୍ୟରତ ଥିଲେ। ତେବେ କାର୍ଯ୍ୟରତ ସମୟରେ ଗତ ଶନିବାର ଦିନ ହୃଦଘାତରେ ରାଜୀବଙ୍କ ମୃତ୍ୟୁ ହୋଇଥିଲା। ପରେ ଏହି ଘଟଣା ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା। ସେଠାରୁ ସେନା କର୍ମଚାରୀମାନେ ଯବାନଙ୍କ ମରଶରୀର ଧରି କୋଲକତା ଦେଇ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ।

ଆଜି ଏକ ସ୍ୱତନ୍ତ୍ର ସୁସଜ୍ଜିତ ସେନା ଗାଡ଼ିରେ ଭୁବନେଶ୍ୱରରୁ ୧୨୦ ବାଟାଲିୟନର ଯବାନମାନେ ଯବାନଙ୍କ ପାର୍ଥିବ ଶରୀତ ପୈତୃକ ଗ୍ରାମ ଗୁଣ୍ଡୁରିଆକୁ ଆଣିଥିଲେ। ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ବନେଇକଳା ଛକଠାରୁ ହଜାର ହଜାର ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଯବାନଙ୍କୁ ନିଜ ଘରକୁ ଅଣା ଯାଇଥିଲା। ସେଠାରେ ପରିବାର ଲୋକ ଓ ଗ୍ରାମବାସୀଙ୍କ କାନ୍ଦବୋବାଳିରେ ଫାଟି ପଡୁଥିଲା। ଗ୍ରାମବାସୀ, ସ୍ଥାନୀୟ ପୁଲିସ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଯବାନଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଗ୍ରାମସ୍ଥିତ ମଶାଣିକୁ ନେଇଥିଲେ। ସେଠାରେ ଭାରତୀୟ ସେନା ଦ୍ବାରା ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ତପ ସଲାମୀ ଦିଆ ଯାଇଥିଲା। ପରେ ଆଦିବାସୀ ରୀତିନୀତି ଅନୁଯାୟୀ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଥିଲା। ତେବେ ରାଜୀବଙ୍କ ବୃଦ୍ଧ ମାତା ପିତା ଓ ସ୍ତ୍ରୀ ସହ ଦୁଇ ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button