ରାଜ୍ୟ

ଜଳ ସମ୍ପଦ କର୍ମଚାରୀଙ୍କ ଗଳାକାଟି ହତ୍ୟା କଲେ ନକ୍ସଲ – Ibnodisha

[ad_1]

ମାଲକାନଗିରି : ନକ୍ସଲଙ୍କ ବର୍ବରକାଣ୍ଡ। ଜଳ ସମ୍ପଦ ବିଭାଗର ଜଣେ କର୍ମଚାରୀଙ୍କୁ ଗଳାକାଟି ହତ୍ୟା କଲେ ନକ୍ସଲ। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ। ମୃତକ ହେଲେ ଇକବାଲ ମିଆଁ।

ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ଇକବାଲଙ୍କ ଆସି ଘରୁ ଡାକି ନେଇଥିଲେ। ପରେ ହତ୍ୟା କରି ଗାଁ ମୁଣ୍ଡରେ ଫିଙ୍ଗି ଦେଇଥିଲେ। ମୃତଦେହ ନିକଟରେ ନକ୍ସଲମାନେ ଏକ ପୋଷ୍ଟର ଛାଡ଼ିଯାଇଛନ୍ତି। ଏହି ହିଂସାକାଣ୍ଡକୁ କଣ୍ଟା ଏରିଆ କମ୍ମିଟି ମାଓ ସଙ୍ଗଠନ ଘଟାଇଥିବା ନକ୍ସଲ ପୋଷ୍ଟରରେ ଉଲ୍ଲେଖ ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button