ରାଜ୍ୟ

ଛୁରୀ ଭୁଷି ଯୁବକଙ୍କୁ ହତ୍ୟା – Ibnodisha

[ad_1]

ପାରଳାଖେମୁଣ୍ଡି : ଗଜପତି ଜିଲା ଚନ୍ଦ୍ରଗିରି ଗାଁରେ ମଙ୍ଗଳବାର ରାତିରେ ଏକ ଅଘଟଣ ଘଟିଛି। ବରଯାତ୍ରୀ ଶୋଭାଯାତ୍ରା ବେଳେ ଜଣେ ଯୁବକଙ୍କୁ ଛୁରୀ ଭୁଷି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ପ୍ରଶାନ୍ତ ପ୍ରଧାନ। ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଶ୍ରୀହରି ପ୍ରଧାନକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି। ମଙ୍ଗଳବାର ରାତିରେ ଚନ୍ଦ୍ରଗିରି ଗାଁରେ ଏକ ବିବାହ ଉତ୍ସବ ଚାଳିଥିଲା। ବରଯାତ୍ରୀ ଶୋଭାଯାତ୍ରା ବାହାରିବା ବେଳେ ଗାଁର ଶ୍ରୀହରି ହଠାତ୍‌ ପ୍ରଶାନ୍ତଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ପରେ ଘଟଣାସ୍ଥଳରୁ ସେ ଚମ୍ପଟ ମାରିଥିଲେ। ପରିବାର ଲୋକେ ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ହତ୍ୟାକାରୀ ଶ୍ରୀହରିଙ୍କ ଘର ଜାଳିଦେଇଥିଲେ। ଅନ୍ୟପକ୍ଷେ ନ୍ୟାୟ ଦାବିରେ ମୃତକଙ୍କ ପରିବାର, ସମ୍ପର୍କୀୟ ଏବଂ ଗ୍ରାମବାସୀ ବୁଧବାର ସକାଳେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ଏନେଇ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button