ରାଜ୍ୟ

ବିଜେପି-ବିଜେଡ଼ି ସରକାରର ଚାଷୀମାରଣ ନୀତି ବିରୁଦ୍ଧରେ ଗର୍ଜିଲେ ନରସିଂହ – Ibnodisha

[ad_1]

ଭୁବନେଶ୍ୱର: ଅଦିନିଆ ଲଘୁଚାପ ଜନିତ ବର୍ଷାରେ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହୋଇଛି । ଏଭଳି ସ୍ଥିତିରେ ସରକାରଙ୍କ ତରଫରୁ କୌଣସି ପ୍ରକାର ପ୍ରତିକାରମୂଳକ ପଦକ୍ଷେପ କିମ୍ବା କ୍ଷେତ୍ର କର୍ମଚାରୀମାନେ କ୍ଷୟ କ୍ଷତିର ଆକଳନ ନକରିବା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଚାଷୀଙ୍କ ବିଭିନ୍ନ ସମସ୍ୟାର ସାମାଧାନ ପାଇଁ ଗତ ୧୩ ତାରିଖ ଦିନ ବଲାଙ୍ଗିର ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଓ ଚାଷୀଙ୍କ ଦ୍ୱାରା ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ସମାବେଶରେ ବିଧାୟକ ନରସିଂହ ମିଶ୍ର ଯୋଗଦେଇ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ତୁରନ୍ତ ଚାଷୀଙ୍କ ସମସ୍ତ ଦାବି ପୂରଣ ନ କଲେ ଆଗାମୀ ଦିନରେ ବିଶାଳ ଜନ ବିକ୍ଷୋଭ କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ । ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କହିଥିଲେ ଯେ ବିଜେଡ଼ି ବିଜେପି ଶାସନ କାଳରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ. ଚାଷ ବିପର୍ଯ୍ୟସ୍ତ ।

ସରକାର ଚାଷୀଙ୍କ ହକ୍ ଦେବାରେ କରୁଥିବା ଅବହେଳା ଆଉ ବରଦାସ୍ତ କରାଯିବ ନାହିଁ । ଚାଷୀଙ୍କ ଦାବି ପୂରଣ ନହେଲେ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଚାଷୀ ଆନ୍ଦୋଳନକୁ ଯୋରଦାର କରାଯିବ । ଅନ୍ୟତମ ଅତିଥି ଭାବରେ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୯ ଦଫା ସମ୍ବଳୀତ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଲଘୁଚାପ ଜନିତ ବର୍ଷାରେ କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ ଏକର ପିଚ୍ଛା ୨୫ ହଜାର ଟଙ୍କା ତୁରନ୍ତ ପ୍ରଦାନ, କୃଷିଋଣ ସମ୍ପୂର୍ଣ୍ଣ ଛାଡ଼, ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୫୧୬ ଟଙ୍କା, କପାର ସର୍ବନିମ୍ନ ସହାୟକ ମୂଲ୍ୟ ୧୦ ହଜାର ଟଙ୍କାକୁ ବୃଦ୍ଧି, ସମସ୍ତ ଧାନମଣ୍ଡି ତୁରନ୍ତ ଖୋଲିବା ଏବଂ କଟନି ଛଟନିକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ମଣ୍ଡିରେ ସିସିଟିଭି ଲଗାଯିବା, ଜିଲ୍ଲାରେ ସୂତାକଳ ପ୍ରତିଷ୍ଠା ଏବଂ ଦେଓଗାଁ ଚିନିିକଳକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା, ପ୍ରତି ପଂଚାୟତରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା, ଚାଷ ପାଇଁ ବ୍ୟବହୃତ ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ଼ କରାଯିବା ଓ ବଲାଙ୍ଗୀରରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଆଦି ଉଲ୍ଲେଖ ରହିଛି ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଉମାକାନ୍ତ ସାହୁ, ଅସିତ ମିଶ୍ର, ଜୁଲୁ ପଟ୍ଟନାୟକ, ସଂଜୟ ମିଶ୍ର, ମନମୋହନ ପଟେଲ, ଅରବିନ୍ଦ ସାହୁ, ରାମଜୀ ଚୌଧୁରୀ, ରାମ ମିଶ୍ର, କାନ୍ତେ ପ୍ରଧାନ, ଗୁଣସାଗର ମାଝୀ, ପତିତପାବନ ପ୍ରଧାନ, ପ୍ରଦ୍ୟୁମ୍ନ ସାହୁ, ପପୁ ପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଏସ.ସି ସେଲର ଓମ ପ୍ରକାଶ କୁମ୍ଭାର, ଏସଟି ସେଲର ମୟ ପଧାନୀ, ଜିଲ୍ଲା ପ୍ରବକ୍ତା ଅଜୟ ବାଲି ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଦଳିତ ନେତା ଜ୍ୟୋତିଷ ମୁଗ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button