ଦେଶ

ବାହାଘରରେ ମଦ ପିଇ ନାଚିଲା ବର; ତା’ପରେ କ’ଣ ହେଲା ଜାଣନ୍ତୁ…. – Ibnodisha

[ad_1]

ଲକ୍ଷ୍ନୌ: ବାହାଘରରେ ମଦ ପିଇ ନାଚିଲେ ବର । କନିଆଁକୁ ଆସିଲାନି ପସନ୍ଦ । ତୁରନ୍ତ ମନାକରିଦେଲା ବାହା ହେବାକୁ । ହଁ ଆଜ୍ଞା ଏମିତି ହିଁ ଏକ ଘଟଣା ଘଟିଛି ଗୋଟେ ବାହାଘରରେ । ଯେଉଁଠି ବର ବରଯାତ୍ରୀ ସହିତ ମିଶି ଏମିତି ନାଚିଲା ଯେ କନିଆଁକୁ ଭଲ ଲାଗିଲାନି । ତୁରନ୍ତ ବେଦିରେ ବସିବାକୁ ମନା କରିଦେଲା । ଯାହାପରେ ଶିଶୁ ପାଳ ହୋଇ ଫେରିଛି ବର । ଏଭଳି ଏକ ଖବର ଆସିଛି ଉତରପ୍ରଦେଶ ମୈନପୁରୀରରୁ । ବିବାହ ପାଇଁ କନିଆ ଘର ଦ୍ୱାରରେ ଆସି ପହଁଚି ସାରିଥିଲେ ବରଯାତ୍ରୀ । ଭୋଜି, ଭାତ ସହ ସବୁ କିଛି ଚାଲିଥିଲା ।

ହେଲେ ଏତିକି ବେଳେ ବରର ଅସ୍ୱାଭାବିକ ନାଚିବା ଶୈଳୀ ଦେଖି କନିଆକୁ ସନ୍ଦେହ ହୋଇଥିଲା । ପଚରା ଉଚରା ପରେ କନିଆ ଜାଣିବାକୁ ପାଇଥିଲା ଯେ, ବିବାହ କରିବାକୁ ଆସିଥିବା ବର ମଦ ନିଶାରେ ମଜ୍ଜି ରହିଛି । ଯାହାକୁ ନେଇ କ୍ଷୁବ୍ଧ ହେବା ସହ ନିଜ ଭବିଷ୍ୟତ କଥା ଭାବି ବିବାହ କରିବାକୁ ସଫା ସଫା ମନା କରିଦେଇଥିଲେ କନିଆ ଜଣଙ୍କ । ନିଜ ବାପା-ମାଆଙ୍କୁ ବୁଝାଇଥିଲେ, ଯେଉଁ ବ୍ୟକ୍ତି ନିଜ ବାହାଘରରେ ମଦ ନିଶାରେ ରହୁଛି, ଆଗକୁ ଯାଇ ସେ କଣ କରିବ । ମଦ ନିଶାରେ ମତେ ମାରପିଟ୍ ନକରିବ ଏ କଥାର କଣ ଗ୍ୟାରେଂଟି ଅଛି । ଝିଅ ଜିଦ୍ ଆଗରେ ବାପା-ମାଆ ମାନି ଯାଇଥିଲେ ଆଉ ବାହାଘର ଭାଙ୍ଗିଦେଇଥିଲେ । ବିନା ବିବାହରେ ଶିଶୁପାଳ ହୋଇ ଫେରିଥିଲା ବର । ଘଟଣାଟି ମୈନିପୁରୀର ଏକ ଛୋଟିଆ ଗାଁ ଗମ୍ଭିରାର ହୋଇଥିବାବେଳେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କନିଆ ଓ ତାଙ୍କ ପରିବାରର ଏଭଳି ନିଷ୍ପତି ଆମ ସମାଜକୁ ବଡ ବାର୍ତା ଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button