ରାଜ୍ୟ

ପୁଣି ଟୋକେଇରେ ବୁହାହେ​ଲେ​‌ ରୋଗୀ

ମ୍ ରାମପୁର: ବର୍ତ୍ତମାନ ସମୟରେ ମଧ୍ୟ ଦୁର୍ଗମ ଅଞ୍ଚଳକୁ ଭଲ ରାସ୍ତା ଖଣ୍ଡେ ନାହିଁ। ଫଳରେ ସେଠାକୁ ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇ ରହିଛି। କେତେବେଳେ ଖଟିଆ ତ କେତେବେଳେ ଟୋକେଇରେ ବୁହା ହେଉଛନ୍ତି ରୋଗୀ। କଳାହାଣ୍ଡି ଜିଲା ଏମ୍ ରାମପୁର ବ୍ଲକର ଆଦିବାସୀ ଅଧ୍ୟୁସିତ ଉପାନ୍ତ ଲୁବେନଗଡ଼ ପଞ୍ଚାୟତର ପୁଇଝୁରୀ ଗାଁରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ।

ଭଲ ରାସ୍ତା ଖଣ୍ଡେ ନଥିବାରୁ ଗତ ୪ଦିନ ତଳେ ଏହି ଗାଁର ଜଣେ ମହିଳା ରୋଗୀଙ୍କୁ ଖଟିଆରେ ଉରଲାଦାନୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଗାଁ ଲୋକେ ନେଇଥିଲେ। ବୁଧବାର ସକାଳେ ମଧ୍ୟ ଏହି ଗାଁର ଲାଟଲି ମାଝୀ ନାମକ ମହିଳାଙ୍କୁ ଜ୍ୱର ହୋଇଥିଲା। ହେଲେ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିବା ସମ୍ଭବପର ହୋଇନଥିଲା। ତେଣୁ ବାଧ୍ୟହୋଇ ସେହି ଗାଁର କିଛି ଲୋକ ଟୋକେଇ ସାହାଯ୍ୟରେ ରୋଗୀକୁ ନିକଟସ୍ଥ ଉରଲାଦାନୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଭଲ ରାସ୍ତା ଖଣ୍ଡେ ନଥିବାରୁ ଏହି ଗାଁର ଲୋକେ ବାରମ୍ବାର ଏହିଭଳି ଭାବେ ରୋଗୀକୁ ବୋହି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ତେଣୁ ଭଲ ରାସ୍ତା ଖଣ୍ଡେ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button