ରାଜ୍ୟ

ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର, ୪ ଆହତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଅଡାବାଡି ନିକଟସ୍ଥ ବୁଲଣିଠାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ସ୍କୁଟି ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର ହେବାସହ ୪ ଜଣ ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କୃପା ବୈଶାଖ(୭୦)। ଏଥିସହ ଆହତ ୪ ଜଣ ହେଉଛନ୍ତି ଗୋଖୁଳ ମାଳି(୫୦), ଲାଚନା ହିକକା(୪୦), ରାମଦାସ ସାରାକା(୨୫) ଓ ସୁରେଶ ସାରାକା।

କୃପା ଓ ଗୋଖୁଳ ଏକ ସ୍କୁଟିରେ କଲ୍ୟାଣସିଂହପୁର ବଜାର ଆସି କାମସାରି ନିଜ ଘର ସିଙ୍ଗାରି ପଞ୍ଚାୟତର କରଞ୍ଜା ଗାଁକୁ ଯାଉଥିଲେ। ଏହି ସମୟରେ ଏକ ବାଇକରେ ସିଙ୍ଗାରି ପଞ୍ଚାୟତ ସାନ ବାମନଗୁଡା ଗାଁର ଲାଚନା ହିକକା, ରାମଦାସ ସାରାକା ଓ ସୁରେଶ ସାରାକା କଲ୍ୟାଣସିଂହପୁର ଆସୁଥିବାବେଳେ ଅଡାବାଡ଼ି ଓ ଢେପାଗୁଡା ନିକଟସ୍ଥ ବୁଲାଣି ମଧ୍ୟରେ ସ୍କୁଟି ଓ ବାଇକ ମୁହାଁମୁହିଁ ହେବା ଯୋଗୁଁଁ କୃପାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ଘଟଣା ସ୍ଥଳରେ ଛଟପଟ ହେଉଥିଲେ। ଏହାକୁ କିଛି ଲୋକ ଦେଖି ରୋଗିବୁହା ଗାଡିକୁ ଯୋଗାଯୋଗ କରିଥିଲେ। ଗାଡ଼ିଟି ଉପଲବ୍ଧ ନ ଥିବାରୁ ଏକ ଅଟୋ ସାହାଯ୍ୟରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସତ୍ୟନାରାୟଣ ଦାସ ପ୍ରାଥମିକ ଚିକିତ୍ସା କରି କୃପାଙ୍କ ଗୋଡ଼ ଦୁଇଟି ସ୍ଥାନରେ ଭାଙ୍ଗି ଯାଇଥିବାରୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି। ସାମାନ୍ୟ ଆହତ ବ୍ୟକ୍ତିଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି। ଖବର ପାଇ କଲ୍ୟାଣସିଂହପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଏସଆଇ ଶିବ ପ୍ରସାଦ ସ୍ବାଇଁ ଓ ଦିଲ୍ଲୀପ କୁମାର ମାଝୀ ଘଟଣାର ତଦନ୍ତ ଚଳାଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button