ରାଜ୍ୟ

ସୁବାସ କଅଁର ଗିରଫ ଘଟଣା, ଦୁଇ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୁବନେଶ୍ୱର : ଖଣ୍ଡଗିରି ପୋଲିସ ହାତରେ ନକଲି ପୋଲିସ ସୁବାସ କଅଁର ଗିରଫ ଘଟଣା । ଦୁଇ ଦିନିଆ ରିମାଣ୍ଡରେ ନେଲା ପୋଲିସ । ନକଲି ପୋଲିସ ଅଫିସର କହି ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ସୁବାସ କହଁର । କେତେ ଜଣଙ୍କୁ ବିବାହ କରି ଠକିଛି ଏବଂ ଠକେଇ ଟଙ୍କା କେଉଁଠି ବିନିଯୋଗ କରିଛି ତାକୁ ନେଇ ଖୋଲତାଡ଼ କରୁଛି ପୋଲିସ ।

ସେପଟେ ସୁବାସ କହଁରର ଆଉ ଜଣେ ପତ୍ନୀ ସାମ୍ନାକୁ ଆସିଲେ । ଭୁବନେଶ୍ୱର ଡୁମୁଡୁମାର ଜଣେ ମହିଳା ସୁବାସ ନାଁରେ ଅଭିଯୋଗ କରିଛନ୍ତି । ୨୦୨୧ରେ ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ବେଳେ ସୁବାସ ନିଜକୁ ଲକ୍ଷ୍ମୀ ସାଗର ଥାନା ଅଧିକାରୀ କହି ବନ୍ଧୁତା ସ୍ଥାପନ କରିଥିଲେ । ପରେ ପ୍ରେମରେ ପରିଣତ ହୋଇଥିଲା ।

ବିଭିନ୍ନ ସମୟରେ ଘର ତିଆରି କରିବା, ଋଣ କରିଥିବା ବହାନା କରି ୧୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ୪ ଜଣ ମହିଳାଙ୍କୁ ଫସାଇ ବିବାହ କରି ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ଆସିଥିଲା । ସୁବାସର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ । ସୋସିଆଲ ମିଡ଼ିଆରେ ଆକାଉଣ୍ଟ କରି ମହିଳାଙ୍କୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇ ପ୍ରଥମେ ବନ୍ଧୁତା ସ୍ଥାପନ, ପରେ ପ୍ରେମ ଓ ଶେଷରେ ବିବାହ କରି ଟଙ୍କା ଲୁଟୁଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button