ଦେଶ

୨୪ ଲକ୍ଷ ଦୀପରେ ଝିଲିମିଲି ହେବ ରାମନଗରୀ ଅଯୋଧ୍ୟା – Ibnodisha

[ad_1]

ନୂଆଦିଲ୍ଲୀ: ଦୀପାବଳିରେ ପୁଣିଥରେ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ରାମ ନଗରୀ ଅଯୋଧ୍ୟା। ନଭେମ୍ବର ୧୧ରେ ଅଯୋଧ୍ୟାରେ ଜଳିବ ୨୪ ଲକ୍ଷ ଦୀପ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପ୍ରସ୍ତୁତି କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ରାମଙ୍କ ପୌଡ଼ି ଏବଂ ଚୌଧୁରୀ ଚରଣ ଘାଟ ସମେତ ସରଯୁ ନଦୀର ୫୧ଟି ଘାଟକୁ ଦୀପୋତ୍ସବ ପାଇଁ ସଜାଯାଇଛି।

ଦୀପାବଳି ଉପଲକ୍ଷେ ସମଗ୍ର ଅଯୋଧ୍ୟା ସହରକୁ ଅତି ଆକର୍ଷଣୀୟ ରୂପରେ ସଜାଯାଉଛି। ଏଠାରେ ରାମଙ୍କ ପୌଡ଼ିରେ ଲେଜର୍‌ ଶୋ’ର ଆୟୋଜନ ହେବ, ଯେଉଁଥିରେ ପ୍ରଭୁ ଶ୍ରୀରାମଙ୍କ ଜୀବନର ଗାଥାକୁ ପ୍ରଦର୍ଶିତ କରାଯିବ। ଭଗବାନଙ୍କ ଜୀବନର ଆଦର୍ଶଗୁଡ଼ିକୁ ଶ୍ରୀରାମଚରିତମାନସର ସାତ କାଣ୍ଡର ପ୍ରସ୍ତୁତି ମାଧ୍ୟମରେ ଦର୍ଶାଯିବ। ବହୁ ସଂଖ୍ୟାରେ ଦେଶୀ ଓ ବିଦେଶୀ କଳାକାର ରାମଲୀଳା ନାଟକ ମଞ୍ଚସ୍ଥ କରିବେ। ରୁଷ୍‌, ଶ୍ରୀଲଙ୍କା, ସିଙ୍ଗାପୁର, ନେପାଳ ଆଦି ଦେଶରୁ କଳାକାରମାନେ ଏଠାରେ ଆସି ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଦୀପୋତ୍ସବର ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି।

ଚଳିତ ବର୍ଷ ଦୀପୋତ୍ସବରେ ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ପୁଣିଥରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି। ଏଠାରେ ସଜ୍ଜିତ ଦୀପଗୁଡ଼ିକର ଆକାର ୨୪ ଏମ୍‌ଏଲ୍‌ ରହିଛି, ଯେଉଁଥିରେ ସୋରିଷ ତେଲ ପକାଯାଇଛି। ପ୍ରତ୍ୟେକ ବର୍ଷ ଦୀପୋତ୍ସବ ସମୟରେ ସରଯୁ ଜଳଧାରାରେ ଭବ୍ୟ ଲେଜର୍‌ ଶୋ’ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜେ। ଏଥର ମଧ୍ୟ ସରଯୁ ନଦୀ ସଂଲଗ୍ନ ବ୍ରିଜ୍‌କୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି।

କହି ରଖୁଛୁ, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଛି। ୨୦୨୪ ଜାନୁୟାରୀ ୨୨ରେ ଏଠାରେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ହେବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button