ରାଜ୍ୟ

ଛକି ରହିଥିଲା ମୃତ୍ୟୁ: ମୁହଁ ଧୋଉ ଧୋଉ ଚାଲିଗଲା ଜୀବନ – Ibnodisha

[ad_1]

ଭୁବନେଶ୍ୱର: ନିତିଦିନ ପରି ସକାଳୁ ଉଠି ଦାନ୍ତ ଘଷୁଥିଲେ । ଧୁଆ ଧୋଇ ହେବା ପାଇଁ ନାଳ ପାଖକୁ ଯାଇଥିଲେ । କିନ୍ତୁ ସେଠାରେ ଛକି ରହିଥିଲା ମୃତ୍ୟୁ । ମୁହଁ ଧୋଉ ଧୋଉ ନିଜ ଜୀବନ ସହ ମଧ୍ୟ ହାତ ଧୋଇ ବସିଲେ । ଅକାଳରେ ଚାଲିଗଲା ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ନୂଆଗାଁ ସ୍ଥିତ କାରୋ ଗାଁରେ ।

ଗାଁର ପଚାଶ ବର୍ଷୀୟ ବାସୁଦେବ ନାୟକ । ସବୁଦିନ ପରି ଆଜି ମଧ୍ୟ ନାଳ ପଠାରେ ବସି ଦାନ୍ତ ଘଷୁଥିଲେ । ମୁହଁ ଧୋଇବା ସମୟରେ ଯମ ରୂପରେ ମାଡ଼ି ଆସିଥିଲା ଅଚିହ୍ନା ବୋଲେରୋ । ବାସୁଦେବଙ୍କୁ ପଛୁଆ ଧକ୍କା ଦେଇଥିଲା । ଅକାଳରେ ଝଡ଼ି ପଡ଼ିଥିଲା ବାସୁଦେବଙ୍କ ଜୀବନ ।

ତେବେ ଦୁର୍ଘଟଣା ଘଟାଇବା ପରେ ବୋଲେରୋରେ ଥିବା ଦୁଇ ଜଣ ଯୁବକ ଫେରାର ହୋଇ ଯାଇଛନ୍ତି । ନାଳ ଭିତରେ ବୋଲେରୋଟି ପଡ଼ି ରହିଛି । ଆଜି ସକାଳେ ଘଟିଛି ଘଟଣା । କୋଇଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button