ଦେଶ

ବ୍ୟାନ୍ ହେଲା ମହାଦେବ ବେଟିଂ ଆପ୍ – Ibnodisha

[ad_1]

ନୂଆଦିଲ୍ଲୀ: ବ୍ୟାନ୍ ହେଲା ବହୁଚର୍ଚ୍ଚିତ ମହାଦେବ ବୁକ୍ ବେଟିଂ ଆପ୍ । ମହାଦେବ ଆପ୍ ସମେତ ୨୨ଟି ମୋବାଇଲ୍ ଆପ୍ଲିକେସନ ଓ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମହାଦେବ୍ ବେଟିଂ ଆପ୍ ସଂପର୍କିତ ଅନଲାଇନ ଜୁଆ ସିଣ୍ଡିକେଟ୍ ମାମଲାର ତଦନ୍ତ କରୁଛି ।

ଇଡିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏନେଇ ଛତିଶଗଡ଼ର ବିଭିନ୍ନ ଠିକଣାରେ ଚଢଉ କରା ଯାଇଥିଲା । ପୂର୍ବରୁ ଏହି ମହାଦେବ ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ୪ଶହ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଜବତ କରିଛି ଇଡି ।

ଏଥିସହ ବହୁ ବଲିଉଡ୍ ସେଲିବ୍ରିଟିଙ୍କୁ ବି ପଚରାଉଚରା କରାଯାଇଛି । ଏହି ମହାଦେବ ବେଟିଂ ଆପ୍ ସଂପର୍କିତ ମାମଲାରେ ହରଡ଼ଘଣାରେ ପଡ଼ିଛି ଛତିଶଗଡ଼ର ଭୂପେଶ ବଘେଲ ସରକାର । ଦଳର ପ୍ରଚାର ପାଇଁ ବେଟିଂ ଆପ୍ ଅପରେଟରଙ୍କଠାରୁ ୫ଶହ କୋଟିରୁ ଅଧିକ ଟଙ୍କାର ବେଆଇନ ଫଣ୍ଡିଂ ମିଳିଥିବା ନେଇ ଅଭିଯୋଗ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button