ଦେଶ

ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ: ଆସନ୍ତାମାସରୁ ମେଣ୍ଟର ମିଳିତ ରୢାଲି – Ibnodisha

[ad_1]

ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଜେଡିୟୁର ପ୍ରସ୍ତାବ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ ହୋଇଛି। ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଆସନ ବୁଝାମଣା ନେଇ କଥାବାର୍ତ୍ତା ଆରମ୍ଭ ହେବ ବୋଲି ସମନ୍ବୟ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ଆଗକୁ ବିଧାନସଭା ନିର୍ବାଚନ ଥିବା ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆ ମେଣ୍ଟ ଆସନ୍ତା ମାସରେ ଏହାର ପ୍ରଥମ ମିଳିତ ରୢାଲି କରିବ। ଇଣ୍ଡିଆ ମେଣ୍ଟର ୧୪ ସଦସ୍ୟ ବିଶିଷ୍ଟ କମିଟିର ପ୍ରଥମ ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି। ବୈଠକରେ ୧୨ ଦଳ ଯୋଗ ଦେଇଛନ୍ତି। ଟିଏମ୍‌ସି ଆଜିର ବୈଠକରେ ସାମିଲ ହୋଇନାହିଁ। କମିଟିରେ ନିଯୁକ୍ତ ହୋଇଥିବା ଟିଏମ୍‌ସି ସଦସ୍ୟ ଅଭିଷେକ ବାନାର୍ଜୀଙ୍କୁ ଆଜି ଇଡି ସମନ୍‌ କରିଥିବାରୁ ସେ ବୈଠକରେ ଯୋଗ ଦେଇପାରିନାହାନ୍ତି। ଜେଡିୟୁ ନେତା ସଂଜୟ ଝା କହିଛନ୍ତି, ଆସନ ବୁଝାମଣା ନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଅନ୍ୟପକ୍ଷେ ରାଜ୍ୟ ସ୍ଥିତି ଅନୁଯାୟୀ ଦଳମାନେ ଏଦିଗରେ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ବୈଠକରେ ଯୋଗ ଦେଇଥିବା ଏନ୍‌ସି ନେତା ଓମାର ଅବଦୁଲ୍ଲା କହିଛନ୍ତି, ଇଣ୍ଡିଆ ମେଣ୍ଟର ଦଳ ଗୁଡ଼ିକ ଦଖଲରେ ଥିବା ଆସନ ଉପରେ କୌଣସି ଆଲୋଚନା ହେବନାହିଁ। କେବଳ ବିଜେପି ଏବଂ ଏନ୍‌ଡିଏ ମେଣ୍ଟ ଦଖଲରେ ଥିବା ଆସନ ସଂକ୍ରାନ୍ତରେ ଆଲୋଚନା ହେବ।

ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ସେନେଇ କୌଣସି ଆଲୋଚନା ହୋଇନଥିଲେ ସୁଦ୍ଧା ଜେଡିୟୁ ଆଜି ଏନେଇ ଏକ ପ୍ରସ୍ତାବ ରଖିଛି। ଜେଡିୟୁ ସଭାପତି ରାଜୀବ ରଂଜନ ଓରଫ ଲଳନ ସିଂହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ରଖିଛନ୍ତି। ନୀତୀଶ ପୂର୍ବରୁ ପ୍ରଧାନମନ୍ତ୍ରୀ ହେବାର ତାଙ୍କର କୌଣସି ଲାଳସା ନାହିଁ ବୋଲି ଘୋଷଣା କରିଥିବା ବେଳେ ଦଳ ପକ୍ଷରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ରଖାଯିବା ମେଣ୍ଟକୁ ଅଡ଼ୁଆରେ ପକାଇଛି



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button