ଦେଶ

ଭୟରେ ଦୌଡ଼ି ପଳାଉଥିବା ବେଳେ କୂଆରେ ପଡ଼ି ଦୁଇ ଟୋଲପ୍ଲାଜା କର୍ମଚାରୀ ମୃତ – Ibnodisha

[ad_1]

ଭୋପାଳ : ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାର ୪୪ନଂ ଜାତୀୟ ରାଜପଥର ଡଗରାଇ ଟୋଲ୍‌ପ୍ଲାଜାରେ ଏକ ଅଭାବନୀୟ ଘଟଣା ଘଟିଛି। ମୁଖାଧାରୀ ଆକ୍ରମଣକାରୀଙ୍କଠାରୁ ବର୍ତ୍ତିବା ପାଇଁ ଭୟରେ ଦୌଡ଼ି ପଳାଉଥିବା ବେଳେ କୂଆରେ ପଡ଼ି ଦୁଇ ଟୋଲପ୍ଲାଜା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଛି। ମୋଟରସାଇକଲରେ କେତେକ ମୁଖାଧାରୀ ଦୁର୍ବୃତ୍ତ ବଳପୂର୍ବକ ଟୋଲ୍‌ପ୍ଲାଜା କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ କର୍ମଚାରୀ ପ୍ରତିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଦୁର୍ବୃତ୍ତମାନେ ଟୋଲ୍‌ପ୍ଲାଜା କର୍ମଚାରୀଙ୍କୁ ଲକ୍ଷ୍ୟକରି ଅଚାନକ ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ। ଏଥିରୁ ରକ୍ଷାପାଇବାକୁ ‌ଟୋଲ୍‌ପ୍ଲାଜା କର୍ମଚାରୀମାନେ ଦୌଡ଼ି ପଳାଇଥିଲେ। ନିକଟରେ ଥିବା ଧାନ ବିଲ ମଧ୍ୟକୁ ଦୌଡ଼ିଯିବା ବେଳେ ଏକ କୂଅ ମଧ୍ୟରେ ଗଳିପଡ଼ି ହରିୟାଣାର ଶ୍ରୀନିବାସ ପରିହାର ଓ ନାଗପୁରର ଶିବାଜୀ କାଣ୍ଡେଲେଙ୍କ ମୃତ୍ୟୁ ଘଟିଥିଲା। ସିସିଟିଭି ଫୁଟେଜ୍‌ର ଯାଞ୍ଚ କରି ଆକ୍ରମଣକାରୀଙ୍କୁ ଠାବ କରିବା ପ୍ରକ୍ରିୟା ଜାରି ରହିଛି। ବୁଧବାର ସକାଳେ କୂଅରୁ କର୍ମଚାରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button