ଦେଶ

ପିଏମ୍ ପ୍ରାର୍ଥୀ କେଜ୍ରିୱାଲ ! – Ibnodisha

[ad_1]

ନୂଆଦିଲ୍ଲୀମୁମ୍ବାଇରେ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ବିପକ୍ଷଙ୍କ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି ହୋଇଛି । ଆପ୍ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର ଅରବିନ୍ଦ କେଜ୍ରିୱାଲ ବିପକ୍ଷଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି କହିଛନ୍ତି ।

ଆସନ୍ତାକାଲିଠୁ ମୁମ୍ବାଇରେ ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ହେବ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ପ୍ରତିକ୍ରିୟା ଦେଇ ଆପ୍ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, ” ଯଦି ତୁମେ ମୋତେ ପଚାର କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ତେବେ ମୁଁ ଚାହିଁବି କି ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ । ସେ ଦିଲ୍ଲୀରେ ବହୁ ସୁବିଧା କରିଛନ୍ତି । ଯଦି ସେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଅର୍ଥନୀତି ସୃଦୁଢ ହେବ । ଏତେ ମହଙ୍ଗା ଭିତରେ ବି ରାଜଧାନୀ ଦିଲ୍ଲୀରେ ମହଙ୍ଗା କମ ରହିଛି । ଦିଲ୍ଲୀରେ ପାଣି, ବିଜୁଳି, ମାଗଣା ଶିକ୍ଷା, ମହିଳାଙ୍କୁ ମାଗଣା ବସ ସେବା, ବୟସ୍କଙ୍କୁ ମାଗଣା ତୀର୍ଥଯାତ୍ରୀ ସୁବିଧା ପ୍ରଦାନ କରାଯାଇଛି ।”

ସେ ଆହୁରି କହିଛନ୍ତି,” ଅରବିନ୍ଦ କେଜ୍ରିୱାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ସେ ଲୋକଙ୍କ ପ୍ରସଙ୍ଗ ଉଠାଉଛନ୍ତି । ପିଏମ ମୋଦିଙ୍କ ବିରୋଧରେ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛନ୍ତି । ମେକ ଇଣ୍ଡିଆ ନମ୍ବର ୱାନ ମିଶନରେ ଆମେ ଚାହୁଁଛୁ ଦେଶରେ ସମାନ ହେଉ । କେଜ୍ରିୱାଲଙ୍କ ଭିଜନ ଭଳି ଇଣ୍ଡିଆ ମ୍ୟାନୁଫ୍ୟାକ୍ଚର ହବ ହେବ । ଯେଉଁଠି ଲାଇସେନ୍ସ ରାଜ ଶେଷ ହେବ । ଯେଉଠି ଶିକ୍ଷା ଉଚ୍ଚସ୍ତରରେ ପହଞ୍ଚିବ । ପିଲା ଆବିଷ୍କାର କରିବାକୁ ଭାବିବେ । ବ୍ୟାବସୀୟଙ୍କୁ କାମ କରିବାକୁ ସୁଯୋଗ ମିଳିବ ।”

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button