ଖାଦ୍ୟ ସଙ୍କଟକୁ ନେଇ ଗାଜାରେ ହାହାକାର – Ibnodisha

[ad_1]
ଗାଜା: ଗାଜାରେ ହା ହା କାର । ଭୋକ ଶୋଷରେ ତ୍ରାହି ତ୍ରାହି ଡାକୁଛନ୍ତି ଗାଜାବାସୀ । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଗାଜାରେ ପଡ଼ିଛି । ସେମାନଙ୍କ ନିକଟରେ ଖାଦ୍ୟ କି ପାନୀୟ ମହଜୁଦ ନାହିଁ । ଫଳରେ ସେମାନଙ୍କୁ ଭୋକ ଉପାସରେ ଦିନ କାଟିବାକୁ ପଡୁଛୁ । ଆରବ ଏବଂ ଆମେରିକା ସମେତ ଅନ୍ୟ ଦେଶମାନେ ଯୁଦ୍ଧରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଉଛନ୍ତି । ଇସ୍ରାଏଲ-ହମାସ ବିବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ବିମାନ ସାହାଯ୍ୟରେ ଖାଦ୍ୟ ପକେଟ୍ ପକାଯାଉଛି । ଏଠାରେ ଅନାହାରର ପରିସ୍ଥିତିରେ ଆହର ମୁଠାଏ ପାଇଁ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି । ଖାଦ୍ୟ ପାଇବା ପାଇଁ ଗଭୀର ଏବଂ ବିସ୍ତୃତ ସମୁଦ୍ରକୁ ଡେଇଁବାକୁ ପଛାଉନାହାନ୍ତି ଲୋକେ । ବର୍ତ୍ତମାନ ଗାଜାରେ ଖାଦ୍ୟ ପାଇଁ ସଂଘର୍ଷ ଚାଲିଛି । କହିବାକୁ ଗଲେ, ବୋମା ଓ ବନ୍ଧୁକର ଯୁଦ୍ଧ ପରେ ଏବେ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା ପାଇଁ ଯୁଦ୍ଧ ଚାଲିଛି । ଗାଜାର ସ୍ଥିତିକୁ ସଠିକ ଭାବେ ପରଖିବାକୁ ଗ୍ରାଉଣ୍ଡ ଜିରୋରୁ ଯିବାକୁ ପଡିବ ।
ତେଣୁ ଏହି ପ୍ରସଙ୍ଗରେ, ପ୍ରତିଷ୍ଠିତ ପତ୍ରିକା ‘ଦ ଲାନସେଟ୍’ ଗାଜା ଏବଂ ଆଖପାଖ ଅଞ୍ଚଳରେ କ୍ଷୁଧା ଦୂର କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଆହ୍ୱାନ କରିଛି । ଗାଜାର ପରିସ୍ଥିତି ଉପରେ ଲଗାତାର ନଜର ରଖିଥିବା ମିଳିତ ଜାତିସଂଘ ଏଜେନ୍ସିମାନେ ମଧ୍ୟ ଏନେଇ ଚେତାବନୀ ଦେଇଛନ୍ତି । ସେଠାରେ ଯେକୌଣସି ସମୟରେ ଦୁର୍ଭିକ୍ଷ ପରିସ୍ଥିତି ଉପୁଜିପାରେ । ଇସ୍ରାଏଲ ଅନାହାରକୁ ଯୁଦ୍ଧର ଅସ୍ତ୍ର ଭାବରେ ବ୍ୟବହାର କରୁଥିବା ଅଭିଯୋଗ କରିଛି ଲାନସେଟ । ଲାନସେଟ୍ ଏହା ମଧ୍ୟ କହିଛି ଯେ, ଗାଜାର ଲୋକମାନେ କ୍ଷୁଧାରେ ମୃତ୍ୟୁ ମୁହଁକୁ ଚାଲିଯାଉଛନ୍ତି । ଏହା ପୂର୍ବରୁ ସେମାନଙ୍କୁ ଯଥାଶୀଘ୍ର ସାହାଯ୍ୟ ମିଳିବା ଉଚିତ୍ । ଅକ୍ଟୋବର ୨୦୨୩ ରେ ହମାସ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ସେହି ସମୟରେ ଅତି କମରେ ୧୪ଶହ ଇସ୍ରାଏଲ ନାଗରିକ ନିହତ ହୋଇଥିଲେ । ଏହି ଆକ୍ରମଣ ପରେ ହମାସ ଯୋଦ୍ଧାମାନେ ଶହ ଶହ ଲୋକଙ୍କୁ ବନ୍ଧକ ରଖିଥିଲେ । ଏହି ଆକ୍ରମଣ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଯୁଦ୍ଧ ଘୋଷଣା କରିଥିଲେ ।
ଇସ୍ରାଏଲ ହମାସର ଅସ୍ଥିତ୍ୱକୁ ଧ୍ୱଂସ କରିବାକୁ ଶପଥ ନେଇଥିଲା । ସେବେଠାରୁ ଇସ୍ରାଏଲ ସୈନ୍ୟବାହିନୀ ଗାଜା ଅଞ୍ଚଳରେ ପ୍ରବେଶ କରି ହମାସକୁ ଟାର୍ଗେଟ କରିଥିଲେ । ଇସ୍ରାଏଲ୍ ସୈନ୍ୟବାହିନୀ ଗାଜା ଷ୍ଟ୍ରିପ୍ ଉପରେ ଅଗଣିତ ବୋମାମାଡ଼ କରିବା ସହ ଅସଂଖ୍ୟ ପାଲେଷ୍ଟାଇନବାସୀଙ୍କୁ ହତ୍ୟା କଲେ । ବର୍ତ୍ତମାନ ଗାଜା ଅଞ୍ଚଳରେ କ୍ଷୁଧାରେ ହାହାକାର ସୃଷ୍ଟି ହୋଇଛି । ଯୁଦ୍ଧ ହେତୁ ଗାଜାର ସ୍ଥିତି ବିଗିଡି ଯାଇଛି । ଲାନସେଟ୍ ସଂଯୁକ୍ତ ରାଷ୍ଟ୍ରର ମାନବ ଅଧିକାର ଆୟୋଗର ଭୋଲକର ତୁର୍କଙ୍କୁ କରିଛି ପ୍ରଶ୍ନବାଣ । ଲାନସେଟ୍ ପଚାରିଛି ଯେ, ଭୋକରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା କାହିଁକି ବଢୁଛି ମିଳିତ ଜାତିସଂଘ ଏ ଦିଗରେ କି ପଦକ୍ଷେପ ନେଉଛନ୍ତି ଅଗ୍ରଣୀ ମାନବିକ ଏଜେନ୍ସିର ଦୁର୍ଭିକ୍ଷ ସମୀକ୍ଷା କମିଟି ଅନୁଯାୟୀ ଗାଜା ଖାଦ୍ୟ ନିରାପତ୍ତା ଦିଗରେ ବିପର୍ଯ୍ୟୟ ସୀମାଠାରୁ ଉର୍ଦ୍ଧ୍ୱରେ ରହିଥିଲା ।
[ad_2]



